fbpx

ଦେଶରେ ୨୪ଘଣ୍ଟାରେ ସର୍ବାଧିକ୧୭,୨୯୬ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୨୬ା୬: ଦେଶରେ କରୋନା ଏକ ଚିନ୍ତାଜନକ ବିଷୟ ପାଲଟିଗଲାଣି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୯୦ହଜାର ୪୦୧ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫ହଜାର ୩୦୧ରେ ପହଞ୍ଚିଛି । ଏବେ ୧,୮୯,୪୬୩ ଆକ୍ଟିଭ କେସ୍ ଥିବା ବେଳେ ସୁସ୍ଥ ହୋଇଛନ୍ତି ୨,୮୫,୬୩୬ । ଗତ ୨୪ଘଣ୍ଟାରେ ସର୍ବାଧିକ ୧୭,୨୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୪୦୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୬ହଜାର ୯୩୧, ଦିଲ୍ଲୀରେ ୨୪୨୯, ଗୁଜୁରାଟରେ ୧୭୩୫, ତାମିଲନାଡ଼ୁରେ ୯୧୧, ଉତ୍ତରପ୍ରଦେଶରେ ୬୧୧, ପଶ୍ଚିମବଙ୍ଗରେ ୬୦୭, ମଧ୍ୟପ୍ରଦେଶରେ ୫୪୨ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.