fbpx

୧୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ, ୨୩ା୨ (ଓଡିଶା ଭାସ୍କର): କୋରାପୁଟ ଜିଲ୍ଲାର ଲମତାପୁଟରୁ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ରାତ୍ରି ପାଟ୍ରୋଲିଂ କରୁଥିବା ସମୟରେ ଲମତାପୁଟ ଥାନା ପୋଲିସ ଏହି ଗଞ୍ଜେଇ ଜବତ କରିଛି । ଆନ୍ଧ୍ରପ୍ରଦେଶରୁ ଜୟପୁର ଚାଲାଣ କରାଯାଉଥିବା ସମୟରେ କଡ୍ରି ମାଳିପୁଟ ନିକଟରେ ଚାଲାଣକାରୀମାନେ ଗଞ୍ଜେଇ ସହ ଧରାପଡ଼ିଥିଲେ ।

Get real time updates directly on you device, subscribe now.