fbpx

ଖୁସି ଖବର: ରାଜ୍ୟରେ ଆଜି ସର୍ବାଧିକ ୧୮୧୦ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

Advertisement

ଭୁବନେଶ୍ୱର,୭ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୮୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୮,୬୯୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଗଞ୍ଜାମରୁ ସର୍ବାଧିକ ୭୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୨୦୨, କଟକରୁ ୧୪୭, ଗଜପତିରୁ ୧୩୬,ଢେଙ୍କାନାଳରୁ ୧୧୬, ସୁନ୍ଦରଗଡରୁ ୧୦୬, ସମ୍ବଲପୁରରୁ ୬୨, ରାୟଗଡାରୁ ୫୫, କେନ୍ଦୁଝର ୩୭, ଅନୁଗୁଳରୁ ୩୪, କଳାହାଣ୍ଡିରୁ ୨୪, କୋରାପୁଟରୁ ୨୨, ଯାଜପୁରରୁ ୨୦, ବରଗଡରୁ ୧୯, ବାଲେଶ୍ୱରରୁ ୧୭, କେନ୍ଦ୍ରପଡାରୁ ୧୪, ବଲାଙ୍ଗିର ଓ ମୟୂରଭଞ୍ଜରୁ ୧୫ ଜଣ ଲେଖାଏଁ, ଭଦ୍ରକରୁ ୧୩, ଦେବଗଡ ଓ ନବରଙ୍ଗପୁରରୁ ୧୧ ଜଣ ଲେଖାଏଁ, ପୁରୀରୁ ୫, ଜଗତସିଂହପୁର ଓ ଝାରସୁଗୁଡାରୁ ୮ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତିି ।

Get real time updates directly on you device, subscribe now.