fbpx

ଏୟାର ଇଣ୍ଡିଆ ବିମାନର କ୍ରାସ୍‌ ଲ୍ୟାଣ୍ଡିଂ

କେରଳ,୭/୮: କେରଳରେ ଏୟାର ଇଣ୍ଡିଆ ବିମାନ ଲ୍ୟାଣ୍ଡିଂ ବେଳେ କ୍ରାସ୍‌ ହୋଇ ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ପାଇଲଟ ଓ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ବିମାନଟି ଦୁବାଇରୁ ୧୮୦ ଯାତ୍ରୀଙ୍କୁ ନେଇ କୋଝିକୋଡ ଆସୁଥିଲା । ରନ୍‌ୱେରେ ଦୁଇ ଫାଳ ହୋଇଗଲା ଏୟାର ଇଣ୍ଡିଆ ବିମାନ।

ଖରାପ ପାଗ ଯୋଗୁଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ସନ୍ଧ୍ୟା ୭ତା ୪୦ ରେ IX-୧୩୪୪ ବିମାନଟି ଦୁର୍ଘଟଣା ହୋଇଥିବା ଜଣାପଡିଛି। ଦୁର୍ଘଟଣା ସ୍ଥଳରେ ୨୪ଟି ଆମ୍ବୁଲାନ୍ସ ପହଁଞ୍ଚିଛି।

Get real time updates directly on you device, subscribe now.