fbpx

ଦେଶରେ ୧୮ ଜଣଙ୍କର ମୁଣ୍ଡ ନେଲା କରୋନା, କର୍ଣ୍ଣାଟକରେ ୬୫ ବର୍ଷ ବୟସଙ୍କ ମୃତ୍ୟୁ

କର୍ଣ୍ଣାଟକ,୨୭ ।୩: କରୋନା ଭାଇରସ୍ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ କର୍ଣ୍ଣାଟକର ତୁମକୁରୁରେ ଅଞ୍ଚଳରେ ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ତୁମକୁରୁର ଡେପୁଟି କମିଶନର ଡ.ରାକେଶ କୁମାର ସୂଚନା ଦେଇଛନ୍ତି ଯେ, ମୃତକଙ୍କ ବୟସ ୬୫ ଥିବା ବେଳେ ସେ ୫ ମାର୍ଚ୍ଚରେ ଟ୍ରେନ ଯୋଗେ ଦିଲ୍ଲୀ ଯାତ୍ରା କରିଥିଲେ । ସେଠାରୁ ପୁଣି ଥରେ ୧୧ ମାର୍ଚ୍ଚରେ ତୁମକୁରୁକୁ ଫେରିଥିଲେ । ଏନେଇ ସେହି ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ଅନୁସନ୍ଧାନ କରାଯାଉଛି ।’ ଏହି କ୍ରମରେ ଭାରତରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ।

ତେବେ ସାରା ବିଶ୍ୱରେ ୫,୩୨,୯୦୯ ଳୋକ ଏହି କରୋନା ଭାଇରସରେ ସଂକ୍ରମଣ ହୋଇଥିବା ବେଳେ ୨୪,୦୯୩ ଜଣଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.