fbpx

ଜାଣନ୍ତୁ ସଙ୍ଗରୋଧ କଣ ? ଓ ଏହି ସମୟରେ କେମିତି ବିତାଇବେ ସମୟ

.କରୋନା ଭାଇରସ୍ ଓ ଥଣ୍ଡା ଜର ସଂକ୍ରମଣରୁ ଅନ୍ୟକୁ ବଂଚାଇବା ହେଉଛି ସଙ୍ଗରୋଧ
.କିନ୍ତୁ ସଙ୍ଗରୋଧ ସମୟରେ ସମୟ ବିତାଇବା ବହୁ କଷ୍ଟକର । ଏଥିପାଇଁ ଏହାକୁ ସକାରତ୍ମକ ଭାବେ ନେବା ଆବଶ୍ୟକ ।
.ଏହି ସମୟରେ ସମୟ କାଟିବାକୁ ବହିଠୁ ଭଲ ମାଧ୍ୟମ କିଛି ହୋଇନପାରେ ।

କରୋନା ଭାଇରସ ସଂକ୍ରମଣରୁ ବଂଚିବା ପାଇଁ ସବୁଠୁ ଭଲ ଉପାୟ ହେଉଛି ସଙ୍ଗରୋଧ । ଯଦି ଆପଣ କରୋନା ସଂକ୍ରମିତ ବା ଥଣ୍ଡା ଜ୍ୱର ସଂକ୍ରମିତ ହେବାର ସନ୍ଦେହ କରୁଛନ୍ତି ଏବଂ ଚାହୁଁଛନ୍ତି ଏହା ଅନ୍ୟକୁ ସଂକ୍ରମିତ ନହେଉ ତାହେଲେ ଏଥିପାଇଁ ଭଲ ମାଧ୍ୟମ ହେଉଛି ସଙ୍ଗରୋଧ । କିନ୍ତୁ ଆପଣ ଜାଣନ୍ତି କି ସଙ୍ଗରୋଧ କଣ?ଏବଂ ସଙ୍ଗରୋଧରେ ରହିଲେ କିଭଳି ଅତିବାହିତ କରିବେ ସମୟ ?

ଏକାନ୍ତବାସର ସଦୁପଯୋଗ

ସର୍ବପ୍ରଥମେ ଜାଣିନିଅନ୍ତୁ ଯେ ଏକାନ୍ତବାସର ଅର୍ଥ ନିଜ ଘରେ ଅନ୍ୟ ଘରଲୋକଙ୍କ ଠାରୁ ସଂପୂର୍ଣ୍ଣ ଅଲଗା ରହିବା । ଏହାଦ୍ୱାରା ଆପଣଙ୍କ ପରିବାର ଅନ୍ୟ ସଦସ୍ୟ ବା ଅନ୍ୟ କୈାଣସି ବ୍ୟକ୍ତିଙ୍କୁ ସଂକ୍ରମଣ ବ୍ୟାପିବ ନାହିଁ । କରୋନା ବା ଥଣ୍ଡା ଜ୍ୱର ହେଲେ ୧୪ ଦିନ ଏକାନ୍ତବାସରେ ରହିବା ଉପାଦେୟ । କାହିଁକିନା କରୋନା ଭାଇରସର ଲକ୍ଷଣ ୧୪ ଦିନ ମଧ୍ୟରେ ହିଁ ଦେଖାଯାଇଥାଏ । କିନ୍ତୁ ଏହି ସମୟରେ ସମୟ କାଟିବା ବହୁ କଠିନ । ବହୁ ସହଜରେ ସମୟ କଟିନଥାଏ ।

ଏକାନ୍ତବାସକୁ ସକାରାତ୍ମକ ଭାବେ ନିଅନ୍ତୁ

ଏକାନ୍ତବାସକୁ ଆପଣ ନକାରାତ୍ମକ ଭାବେ ନନେଇ ସକାରାତ୍ମକ ଭାବେ ନିଅନ୍ତୁ । ଏହି ସମୟରେ ଆପଣଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସମୟ ମିଳିିବ ଯାହାକି ବ୍ୟସ୍ତବହୁଳ ଜୀବନରୁ ଆପଣଙ୍କୁ କିଛିଟା ଆରାମ ଦେବ । ଯଦି ଆପଣ ସଙ୍ଗରୋଧରେ ଅଛନ୍ତି ତେବେ ଏହି ସମୟରେ ଘରେ ବାକି ରହିଯାଇଥିବା ଆପଣଙ୍କ ବ୍ୟକ୍ତିଗତ କାମକୁ ଆପଣ ଶେଷ କରିପାରିବେ । ଆପଣ ନିଜ ଥାକ,ଆଲମାରୀକୁ ସଜାଡି ପାରିବେ । ଯେଉଁଠି ରହିଯାଇଥିବା ଅଦରକାରୀ ଦ୍ରବ୍ୟକୁ ଅଲଗା କରିପାରିବେ । ତାଛଡା କିଛି ବ୍ୟାୟାମ ମଧ୍ୟ କରିପାରିବେ । କିନ୍ତୁ ସର୍ବୋତ୍ତମ ହେଉଛି ବହି ପଢ଼ିବାରେ ନିଜକୁ ନିୟୋଜିତ କରିବା ।

Get real time updates directly on you device, subscribe now.