fbpx

ଓଡିଶାରେ ୩ୟ କରୋନା ଚିହ୍ନଟ ପ୍ରସଙ୍ଗରେ କଣ କହିଲେ ବାଗଚୀ?

ଭୁବନେଶ୍ୱର,୨୭ ।୩(ଓଡିଶା ଭାସ୍କର): ଓଡିଶାରେ ୩ୟ କରୋନା ରୋଗୀ ଗତକାଲି ଚିହ୍ନଟ ହୋଇଛି । ଏନେଇ ଆଇଇସି ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ, ମାର୍ଚ୍ଚ ୭ ତାରିଖରେ ଦିଲ୍ଲୀ ଓ ହରିୟାଣା ଯାଇଥିଲେ ସଂପୃକ୍ତ ବ୍ୟକ୍ତି । ୧୦ ତାରିଖରେ ସେ ଇଣ୍ଡିଗୋ ବିମାନରେ ଭୁବନେଶ୍ୱର ଫେରିଥିଲେ । ଅସୁସ୍ଥ ହେବାରୁ ସେ କର କ୍ଲିନିକ ଯାଇଥିଲେ ସଂପୃକ୍ତ ବ୍ୟକ୍ତି । ଆଇସିୟୁରେ ରହିବା ପରେ ତାଙ୍କୁ ମାର୍ଚ୍ଚ ୨୪ରେ ଡିସଚାର୍ଜ କରାଯାଇଥିଲା । ବର୍ତ୍ତମାନ ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀ, ଝିଅ ଓ ଡ୍ରାଇଭରଙ୍କୁ କ୍ୱାରେଣ୍ଟାଇନରେ ଭର୍ତ୍ତି କରାଯାଇଛି । ବିଧାନସଭାରେ ଜଣେ କର୍ମଚାରୀ ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଛନ୍ତି ।’

ସଂପୃକ୍ତ ବ୍ୟକ୍ତି ଆଉ କାହା ସଂସ୍ପର୍ଶରେ ଆସିଛନ୍ତି, ସେନେଇ ଖୋଜିବାକୁ ସ୍ୱତନ୍ତ୍ର ଟିମ୍ ଉଦ୍ୟମ ଜାରି ରହିଛି । ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି ହୋଇଛି । ଏହା ସହ ‘କର’ କ୍ଲିନିକ୍ ନଯିବାକୁ ଲୋକଙ୍କୁ ବାଗଚୀ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.