fbpx

ସେଣ୍ଟ୍ରାଲ ଜେଲର ୧୯ କଏଦୀ କରୋନା ପଜିଟିଭ୍

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଆଜି ମଧ୍ୟପ୍ରଦେଶର ସେଣ୍ଟ୍ରାଲ ଜେଲର ୧୯ ଜଣ କଏଦୀ କରୋନାରେ ଚିହ୍ନଟ ହୋଇଛନ୍ତି । ଏକ ଅସ୍ଥାୟୀ ଜେଲରେ ସମସ୍ତ କଏଦୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଇନ୍ଦୋର ପ୍ରବୀଣ ଜଡିୟା ଏନେଇ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ବି ୨୦ ଏପ୍ରିଲରେ ସେଠାରେ ୪ କଏଦୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ।

ତେବେ ଦେଶରେ ସବୁଠାରୁ ଅଧିକ କରୋନା ମାମଲା ମହାରାଷ୍ଟ୍ରରୁ ଆସୁଛି । କିନ୍ତୁ ଅନ୍ୟପଟେ ଗୋଆ, ମଣିପୁର ଓ ତ୍ରିପୁରା କରୋନା ମୁକ୍ତ ରାଜ୍ୟ ହୋଇସାରିଛି । ବର୍ତ୍ତମାନ ସମୟରେ ଦେଶ ବହୁ ଖରାପ ପରିସ୍ଥିତି ଦେଇ ଗତି କରୁଛି ।

Get real time updates directly on you device, subscribe now.