fbpx

ଫେରନ୍ତା ଶ୍ରମିକଙ୍କ ଖାଦ୍ୟ ନିରାପତ୍ତା ଉପରେ ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮ା୪(ଓଡ଼ିଶା ଭାସ୍କର): ଆଜି ବିଭିନ୍ନ ଜିଲ୍ଲାପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ବରିଷ୍ଠ ଅଧିକାରୀଙ୍କ ସହ କରୋନା ସ୍ଥିତି ନେଇ ଭିଡ଼ିଓ କନଫରେନ୍ସ ଜରିଆରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଓଡ଼ିଶାକୁ ଫେରୁଥିବା ସବୁ ଯୋଗ୍ୟ ଶ୍ରମିକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହାସହ ଫେରନ୍ତା ଶ୍ରମିକମାନେ ଯେପରି ଖାଦ୍ୟ ନିରାପତ୍ତାରୁ ବଞ୍ଚିତ ନହୁଅନ୍ତୁ ସେନେଇ ଦୃଷ୍ଟି ଦେବାକୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ରାସନକାର୍ଡ଼ ନଥିଲେ ବି ଫେରିଥିବା ଶ୍ରମିକଙ୍କୁ ରାସନ ଦିଆଯିବ ।
ଏହାସହ ସେ କହିଛନ୍ତି ଯେ କୋଭିଡ଼ ୧୯ ନିୟନ୍ତ୍ରଣ ଦାୟିତ୍ୱ ବରିଷ୍ଠ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱ ନୁହେଁ ବରଂ ଏହା ମୁଖ୍ୟ ଦାୟିତ୍ୱ । ଆଗାମୀ ୮-୧୦ଦିନର ଦୃଶ୍ୟପଟକୁ ସାମ୍ନାରେ ରଖି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.