fbpx
BJD SKY
BJD SKY

ଦୁନିଆର ଯୁବ ଆରବପତିଙ୍କ ତାଲିକାରେ ୧୯ ବର୍ଷୀୟ କ୍ଲେମେଣ୍ଟ

BJD

ବିଶ୍ୱର ଆରବପତିମାନଙ୍କ ତାଲିକା ମଧ୍ୟରେ ବିଲ୍ ଗେଟ୍‌ସ, ଏଲୋନ୍ ମସ୍କ, ଜୈଫ୍ ବେଜୋସ, ବାର୍ନାର୍ଡ଼ ଅର୍ନାଲ୍ଟ, ମାର୍କ ଜୁକର୍ବର୍ଗଙ୍କ ପରି ଅନେକ ନାମ ରହିଛି । ଏହା ପଛରେ ଲୁଚି ରହିଛି ଅନେକ ସଂଘର୍ଷ । ଏହି କ୍ରମରେ ଆଉ ଏକ ନାଁ ଚର୍ଚ୍ଚାର ବିଷୟ ପାଲଟିଛି । ଖୁବ୍ କମ ବୟସରେ ସେ କୋଟିପତିମାନଙ୍କ ତାଲିକାରେ ନିଜ ନାଁ ରେକର୍ଡ଼ କରିଦେଇଛନ୍ତି । କଲେଜ ଯିବା ବୟସରେ ଏତେ ଟଙ୍କା କମାଉଛନ୍ତି ଯେ ଜଣେ ସାଧାରଣ ମଣିଷ ୭ ଜନ୍ମରେ କରିବା ଅସମ୍ଭବ ।

ଏକ ରିପୋର୍ଟ ଅନୁଯାୟୀ ଆନ୍ତର୍ଜାତୀୟ ମ୍ୟାଗାଜିନ୍ ଫୋର୍ବ୍‌ସ ଆରବପତିମାନଙ୍କ ଏକ ତାଲିକା ପ୍ରକାଶ କରିଥିଲେ ଯେଉଁଥିରେ ୧୯ ବର୍ଷର ବାଳକର ନାଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ବାଳକ ଜଣଙ୍କ ନାଁ ହେଉଛି କ୍ଲେମେଣ୍ଟ ଡ଼େଲ ୱେକ୍‌ଚିଓ । ତାଙ୍କର ମୋଟ୍ ସମ୍ପତ୍ତି ୪ ବିଲିୟନ ଡଲାର ଯାହା ଭାରତୀୟ ମୁଦ୍ରାରେ ୩୩ ହଜାର କୋଟିରୁ ବି ଅଧିକ । କ୍ଲେମେଣ୍ଟଙ୍କ ପିତା ଇତାୱିର୍ ଲିଓନାର୍ଡ଼ୋ ଡେଲ୍ ୱେକ୍‌ଚିଓ ଜଣେ ଅରବପତି ଥିଲେ । ସେ ଦୁନିଆର ସବୁଠାରୁ ବଡ଼ ଚଷମା କମ୍ପାନୀ ‘ଏସିଲୋରଲକ୍ସୋଟିକା’ର ପୂର୍ବତନ ଚେୟାରମ୍ୟାନ ଥିଲେ । ଗତ ବର୍ଷ ଜୁନରେ ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ଏହା ପରେ ତାଙ୍କର ୨୫.୫ ବିଲିୟନ ଡ଼ଲାର ସମ୍ପତ୍ତିର ତାଙ୍କ ସ୍ତ୍ରୀ ଓ ୬ ପିଲାଙ୍କ ମଧ୍ୟରେ ଭାଗବାଣ୍ଟ ହୋଇଥିଲା । ଏହା ପରେ କ୍ଲେମେଣ୍ଟଙ୍କ ଭାଗରେ ଯେଉଁ ସମ୍ପତ୍ତି ଆସିଲା ତାହା ତାଙ୍କୁ କମ ବୟସରେ ଆରବପତି କରିଥିଲା । ତାଙ୍କ ପିତାଙ୍କ ମାଲିକାନାରେ ଲକ୍‌ଜମବର୍ଗ ସ୍ଥିତ ହୋଲ୍ଡିଂ କମ୍ପାନୀ ଡ଼େଲ୍ଫିୟନରେ ମାତ୍ର ୧୮ ବର୍ଷ ବୟସରେ ସେ ୧୨.୫%ର ଅଂଶୀଦାର ହୋଇଥିଲେ । ଏତେ ସମ୍ପତ୍ତିର ମାଲିକ ହୋଇ ମଧ୍ୟ କ୍ଲେମେଣ୍ଟ ନିଜ ପାଠପଢ଼ା ଜାରି ରଖିଛନ୍ତି ।

Get real time updates directly on you device, subscribe now.