fbpx

ଅଲ୍ ଟାଇମ୍ ହାଇରେ ଷ୍ଟକ୍ ମାର୍କେଟ୍: ସେନସେକ୍ସ ୬୮ ହଜାର ଓ ନିଫ୍ଟି ୨୦,୫୦୦ କଲା ପାର୍, ଫୋକସରେ ଅଦାନୀ ଏଣ୍ଟରପ୍ରାଇଜେସ୍

AAKASH

ନୂଆଦିଲ୍ଲୀ: ଷ୍ଟକ୍ ମାର୍କେଟ୍ ଆଜି ଅର୍ଥାତ୍ ସୋମବାର ୪ ଡିସେମ୍ବରରେ ଏକ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି । କାରବାର ଆରମ୍ଭରୁ ସେନସେକ୍ସ ୬୮,୫୮୭.୮୨ ର ଅଲ୍ ଟାଇମ୍ ହାଇରେ ଥିବାବେଳେ ନିଫ୍ଟି ମଧ୍ୟ ୨୦,୬୦୨.୫୦ ରେ ପହଞ୍ଚିଛି ।

ଏହାପୂର୍ବରୁ ସେନସେକ୍ସର ଅଲ୍ ଟାଇମ୍ ହାଇ ୬୭,୯୨୭ ଥିଲା, ଯାହା ସେପ୍ଟେମ୍ବର ୧୫ ରେ ଯାଇଥିଲା । ନିଫ୍ଟିର ଅଲ୍ ଟାଇମ୍ ହାଇ ୨୦,୨୭୨.୭୫ ଥିଲା, ଯାହା ଡିସେମ୍ବର ୧ ଶୁକ୍ରବାର ଦିନ କାରବାରରେ କରିଥିଲା । ଏବେ ସେନସେକ୍ସରେ ପ୍ରାୟ ୧୦୦୦ ପଏଣ୍ଟ ଏବଂ ନିଫ୍ଟି ୩୦୦ ପଏଣ୍ଟ ବୃଦ୍ଧି ପାଇଛି ।

ଷ୍ଟକ୍ ମାର୍କେଟ୍ ବୃଦ୍ଧି ପାଇଁ ୩ ବଡ କାରଣ :-

-ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟରୁ ୩ ଟିରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି ।
-ଦ୍ୱିତୀୟ ତ୍ରୈ ମାସରେ ଜିଡିପି ୭.୬% ରେ ପହଞ୍ଚିଛି, ଯାହା ଆରବିଆଇର ୬.୫% ଆକଳନଠାରୁ ୧.୧% ଅଧିକ ।
-ଆମେରିକୀୟ ବଜାର ଶୁକ୍ରବାର ଦିନ ଜୋରଦାର ବୃଦ୍ଧି ସହ ବନ୍ଦ ହୋଇଛି । ଏସୀୟ ବଜାରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି ।

ମାର୍କେଟ କ୍ୟାପ୍ ୪.୦୯ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି :-
ବଜାରରେ ଏହି ବୃଦ୍ଧି ପରେ ବିଏସଇରେ ତାଲିକାଭୁକ୍ତ ସମସ୍ତ କମ୍ପାନୀର ବଜାର କ୍ୟାପ୍ ୪.୦୯ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୩୪୧.୭୬ ଲକ୍ଷ କୋଟିରେ ପହଞ୍ଚିଛି । ବିଶ୍ଳେଷକମାନେ କହିଛନ୍ତି ଯେ ଡିସେମ୍ବର ୩ ରେ ଘୋଷିତ ରାଜ୍ୟସଭା ନିର୍ବାଚନ ଫଳାଫଳ ବଜାର ପାଇଁ ସକରାତ୍ମକ ରହିଛି ।

ଅଦାନୀ ଗ୍ରୁପ୍ ର ସମସ୍ତ ୧୦ ଟି ସେୟାର ହାଇରେ ରହିଛି :-
ସେନସେକ୍ସର ୩୦ ଟି ଷ୍ଟକ୍ ମଧ୍ୟରୁ ୨୯ ଟି ବୃଦ୍ଧି ପାଉଛି । କେବଳ ମାରୁତି ସେୟାରରେ ୦.୩୬% ହ୍ରାସ ଘଟିଛି । ଯେଉଁଠାରେ ଅଦାନୀ ଗ୍ରୁପ୍ ର ସମସ୍ତ ୧୦ ଟି ସେୟାର ବୃଦ୍ଧି ପାଉଛି । ଅଦାନୀ ଏଣ୍ଟରପ୍ରାଇଜେସ୍ ସେୟାରଗୁଡିକ ୬% ରୁ ଅଧିକ କାରବାର କରୁଛି ।

Get real time updates directly on you device, subscribe now.