fbpx

୨୪ ଘଣ୍ଟାରେ ୧୯୯୩ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧ ।୫: ଦେଶରେ କରୋନା ଭାଇରସକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ତାହା ସମ୍ପର୍କିତ ତାଜା ଖବର ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ଆୟୋଜିତ ସାମ୍ବାଦିକ ସମ୍ମିଳନିରେ ସେ କହିଛନ୍ତି ଯେ, ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର ୨୫.୩୭% ରହିଛି । ଏହାରି ମଧ୍ୟରେ ଦେଶର ସବୁ ଜିଲ୍ଲାକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ଦେଶରେ ୨୪ ଘଣ୍ଟାରେ ୧୯୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।’

କରୋନା ସତର୍କତା ପାଇଁ ଆରୋଗ୍ୟ ସେତୁ ଆପ୍ ସମସ୍ତେ ଡାଉନଲୋଡ୍ କରନ୍ତୁ ବୋଲି ଲବ୍ ଅଗ୍ରୱାଲ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, କରୋନା ମୁକାବିଲା ପାଇଁ ସମସ୍ତଙ୍କୁ ସାମାଜିକ ଦୂରତା ଓ ସ୍ୱଚ୍ଛତା ଉପରେ ଧ୍ୟାନ ଦେବାକୁ ପଡିବ । ମାସ୍କ ପିନ୍ଧୁଥିବା ବ୍ୟକ୍ତି ରୋଗୀ ନୁହେଁ । ଦେଶରେ ବର୍ତ୍ତମାନ ସୁଦ୍ଧା ୭୫ ହଜାର ଭେଣ୍ଟିଲେଟରର ଆବଶ୍ୟକତା ରହିଥିବା ବେଳେ ଏବେ ମାତ୍ର ୧୯,୩୯୮ ଭେଣ୍ଟିଲେଟର ଉପଲବ୍ଧ ରହିଛି । ସୀମାରେ ବିଏସଏଫ୍ ମଧ୍ୟ ପେଟ୍ରୋଲିଂ ଜୋରଦାର କରୁଛନ୍ତି ।’
ଅନ୍ୟପଟେ ସୀମାରେ ଜରୁରୀ ସାମଗ୍ରୀ ପରିବହନକୁ ରୋକା ନ ଯାଉ । ଅଲଗା ରାଜ୍ୟରେ ଫସିଥିବା ପ୍ରବାସୀଙ୍କୁ ଟ୍ରେନ୍ରେ ଯିବାକୁ ଅନୁମତି । ରେଳ ବୋର୍ଡ ସହ ଆଲୋଚନା କରି ରାଜ୍ୟମାନେ ଯୋଜନା କରନ୍ତୁ । ଜରୁରୀ ସାମଗ୍ରୀ ନେଉଥିବା ଟ୍ରକକୁ ପାସର ଆବଶ୍ୟକତା ନାହିଁ ବୋଲି ଲବ୍ ଅଗ୍ରୱାଲ କହିଛନ୍ତି ।

Get real time updates directly on you device, subscribe now.