ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୯୯୩ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ ପରେ ମଧ୍ୟ ୧୫ ଦିନ ଧରି ୩ ହଜାର ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗତ ମାସ ୧୪ ତାରିଖରୁ ଏହି ପ୍ରକ୍ରିୟା ଜାରି ରହିଥିଲା । ମାତ୍ର ଅଳ୍ପ ଦିନ ପାଇଁ ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଥିଲା । ଗତ ୯ ଦିନ ହେଲା ୩ ହଜାର ତଳକୁ ଏବେ ସଂକ୍ରମଣ ଖସିଛି । ଏହା ମଧ୍ୟରେ ଆଜି ପୁଣି ୧୯୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୧୫୪ ଓ ସ୍ଥାନୀୟ ଅଞ୍ଚଳରୁ ୮୩୯ ଜଣ ଚିହ୍ନଟ ହୋଇଛନ୍ତି।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୧ ହଜାର ୭୪୫ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୧୨ ହଜାର ୪୬୩ ରହିଥିବା ବେଳେ ୨୪ ହଜାର ୫୬୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments
Loading...