fbpx

ଅରୁଣାଚଳ ପ୍ରଦେଶରେ ୧୯ ଶ୍ରମିକ ନିଖୋଜ; ଗୋଟିଏ ମୃତଦେହ ଉଦ୍ଧାର, ଏବେବି ୧୮ ଜଣଙ୍କ ମିଳୁନି ପତ୍ତା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ କୁରୁଙ୍ଗ କୁମେ ଜିଲ୍ଲାର ଭାରତ-ଚାଇନା ସୀମା ନିକଟରୁ ୧୯ ଶ୍ରମିକ ନିଖୋଜ ହୋଇଯାଇଛନ୍ତି। ଏ ସମସ୍ତ ଶ୍ରମିକ ଏକ ରୋଡ ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିଲେ। ଏମାନେ ୫ ଜୁଲାଇରୁ ନିଖୋଜ ଅଛନ୍ତି। ସମସ୍ତ ଶ୍ରମିକ ଆସମାର ବୋଲି ଜଣାପଡିଛି। ଡେପୁଟି କମିଶନର ବୋଙ୍ଗିୟା ନିଧି କହିଛନ୍ତି ଯେ ସଡ଼କ ନିର୍ମାଣକାରୀ ଠିକା ସଂସ୍ଥା ୧୯ ଜଣ ଶ୍ରମିକଙ୍କୁ ନେଇ ସେଠାକୁ ଆସିଥିଲେ।

ତେବେ ରୋଡ୍ କାର୍ଯ୍ୟ ଚାଲିଥିବା ସ୍ଥାନରୁ ଶ୍ରମିକମାନେ ନିଖୋଜ ଅଛନ୍ତି ବୋଲି ୧୩ ଜୁଲାଇରେ ସୂଚନା ମିଳିଥିଲା। ଏହା ପରେ ତୁରନ୍ତ ପ୍ରଶାସନ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ଆଖପାଖ ଜଙ୍ଗଲ ଏବଂ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ସେମାନଙ୍କର କୌଣସି ସୂଚନା ମିଳି ପାରି ନଥିଲା। ତେବେ ସୋମବାର ଦିନ ଜଣେ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।

ଆଶଙ୍କା କରାଯାଉଛି ଯେ, ନିକଟରେ ବହି ଯାଇଥିବା ନଦୀରେ ବୁଡି ଶ୍ରମିକମାନଙ୍କର ମୃତ୍ୟୁ ହୋଇଛି। ଏହି ସ୍ଥାନରୁ ଏକ ଶବ ଉଦ୍ଧାର ହେବା ପରେ ଏହି ଆଶଙ୍କା ଦୃଢ଼ୀଭୁତ ହୋଇଛି। ତେବେ ବର୍ତ୍ତମାନ ରେସ୍କ୍ୟୁ ଅପରେସନ ଜାରି ରହିଛି। ନଦୀରେ ଶ୍ରମିକମାନେ କେବେ ବୁଡିଗଲେ ସେ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ। ସେମାନଙ୍କ ଘର ଲୋକେ ମଧ୍ୟ କୌଣସି ପ୍ରକାର ସୂଚନା ଦେବାରେ ବିଫଳ ହୋଇଛନ୍ତି। କୁହାଯାଉଛି ଯେ, ସମସ୍ତ ଚାଲି ଚାଲି ସେମାନଙ୍କ ବାସକୁ ପେରୁଥିଲେ। ଏହି ସମୟରେ ବାଟରେ ନଦୀ ପାର କରିବା ସମୟରେ ଏହି ଦୁର୍ଘଟଣା ଘଟିଥାଇ ପାରେ।

 

Get real time updates directly on you device, subscribe now.