fbpx

କରୋନାରେ ଜୀବନ ହାରିଲେ ଦେଶର ପ୍ରଥମ CRPF ଯବାନ

ଦେଶରେ କରୋନା ସଂକ୍ରମିତ ମାମଲା ୨୯ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୯୩୪କୁ ବୃଦ୍ଧି ପାଇଛି। ଏହାର କବଜାରେ ଆସିଥିବା ଅର୍ଦ୍ଧ ସାମରିକ ସେନା ସିଆରପିଏଫର ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। କରୋନା ଯୋଦ୍ଧା ସାଜିଥିବା CRPFର ୫୫ ବର୍ଷୀୟ  ଯବାନ ସଫଦରଜଙ୍ଗରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ତେବେ ମୟୁର ବିହାର ସ୍ଥିତ CRPFର ୩୧ ବାଟାଲିୟନରେ ସେ ସବ-ଇନ୍ସପେକ୍ଟର  ଥିିଲେ। ୫ ଦିନ ପୂର୍ବରୁ ହିଁ ସେ କରୋନାରେ ଚିହ୍ନଟ ହୋଇଥିଲେ । ଏହା ସହ ଯବାନ ଜଣକ ପୂର୍ବରୁ ମଧୁମେହ ଓ ହାଇ ବ୍ଲଡ ପ୍ରେସରରେ ପୀଡିତ ଥିଲେ। କୁହାଯାଉଛି ଯେ, CRPFରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ କୁ ଵୃଦ୍ଧି ପାଇଛି।

Get real time updates directly on you device, subscribe now.