fbpx

ବିଶ୍ୱର ସବୁଠାରୁ ଗନ୍ଧିଆ ମଣିଷ ଯେକି ୬୩ ବର୍ଷ ହେବ ଗାଧୋଇନାହାନ୍ତି, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ..

ସଫା ସୁତୁରାରେ ରହିଲେ ଆୟୁଷ ବଢିଥାଏ ବୋଲି ଲୋକେ କୁହନ୍ତି । କିନ୍ତୁ ବିଶ୍ୱର ସବୁଠାରୁ ଗନ୍ଧିଆ ମଣିଷ ଏହାକୁ ଭୁଲ୍ ବୋଲି ପ୍ରମାଣିତ କରିଛନ୍ତି । ତେହରାନରେ ରହୁଥିବା ୮୬ ବର୍ଷିୟ ଅମୋ ହାଜି ୫ କି ୧୦ ବର୍ଷ ନୁହେଁ ବରଂ ଦୀର୍ଘ ୬୩ ବର୍ଷ ହେବ ଗାଧୋଇନାହାନ୍ତି । ହେଲେ ବି ସେ ସୁସ୍ଥ ଅଛନ୍ତି । ତାଙ୍କ ଜାଗାରେ ଆଉ କେହି ବି ଥିଲେ ହୁଏତ ପାଗଳ ହୋଇଥାନ୍ତା ନହେଲେ କୌଣସି ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥାନ୍ତା । ହାଜିଙ୍କ ଏପରି ରହିବାର କାରଣ ବି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ହାଜି ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ମୋ ଉପରେ ପାଣିର ଗୋଟିଏ ବୁନ୍ଦା ବି ପଡିଲେ ରୋଗ ହୋଇଥାଏ ।’

ଏହା ସହ ହାଜିଙ୍କୁ ପରିଷ୍କାର ପରିଚ୍ଛନ୍ନରେ ରହିବା ବିଲକୁଲ ପସନ୍ଦ ନୁହେଁ । ଜୀବନରେ ବହୁ କିଛିି ଘଟିବା ପରେ ସେ ଏପରି ଲାଇଫଷ୍ଟାଇଲକୁ ବାଛିନେଇଥିଲେ । ହାଜି ନିଜ ଖାଇବାରେ ବି ପରିଷ୍କାର ରକ୍ଷାକରି ନଥାନ୍ତି । ଏପରିକି ସେ ମୃତ ଜୀବ ଜନ୍ତୁଙ୍କ ମାଂସ ଖାଆନ୍ତି । ହାଜିଙ୍କୁ ସିଗାର ପାଣି ପିଇବାକୁ ପସନ୍ଦ, ଯାହାକି ନଳୀ ପଶୁଙ୍କ ମଳରେ ପ୍ରସ୍ତୁତ ହୋଇଥାଏ । ଏହା ବ୍ୟତିତ ସେ ତେଲ ଟିଣରେ ଦିନକୁ ୫ ଲିଟର ପାଣିକୁ ପିଅନ୍ତି । ରାତି କାଟିବା ପାଇଁ ହାଜି ଗୁମ୍ପାର ବ୍ୟବହାର କରିଥାନ୍ତି ।

Get real time updates directly on you device, subscribe now.