fbpx

ଜାଣନ୍ତୁ ବିଏମସିର ନିର୍ଦ୍ଦେଶନାମା ଅନୁଯାୟୀ ରାଜଧାନୀରେ କାଲିଠୁ କଣ ଖୋଲା କଣ ବନ୍ଦ

ଭୁବନେଶ୍ୱର, ୨୮ା୪(ଓଡ଼ିଶା ଭାସ୍କର): ବିଏମସି ପକ୍ଷରୁ ନୂଆ ଗାଇଡ଼ ଲାଇନ ଜାରି ହୋଇଛି । ଇଲେକଟ୍ରୋନିକ୍ସ ଉପକରଣ ମରାମତି ଓ ସର୍ଭିସ ଦୋକାନ ଖୋଲା ରହିବ । ସେହିପରି ମୋଟର ଗ୍ୟାରେଜ, ବ୍ୟାଟେରୀ ଦୋକାନ, ମୋଟର ପାର୍ଟ ଦୋକାନ, ପଞ୍ଜିକୃତ ଗୋଟିକିଆ ଦୋକାନ, ଜନବସତି ନିକଟରେ ଥିବା ଦେକାନ, ଟାୟାର ଦୋକାନ, ଲୁବ୍ରିକାଣ୍ଟ, ବହି ଦେକାନ ଖୋଲା ରହିବ । ଏହାସହ ରେଷ୍ଟୁରାଣ୍ଟ ଖୋଲା ହେବା ସାଙ୍ଗକୁ କେବଳ ସେଠାରୁ ପାର୍ସଲ ନେଇପାରିବେ । ଅନଲାଇନରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ । ବିଗବଜାର, ଓମଫେଡ଼, ଓପୋଲେପେଡ଼, ଚିଲିକା ଫ୍ରେଶ ଖୋଲା ରହିବ । କାଠକାମ, ଇଲେକ୍ଟ୍ରି ମରାମତି, କମ୍ପ୍ୟୁଟର ମରାମତି ଦୋକାନ ଖୋଲା ରହିବ । ପାଇପ ମିସ୍ତ୍ରୀ ମଧ୍ୟ ସେମାନେ ତାଙ୍କ କରିପାରିବେ । ବିଏମସି ଅଧୀନ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଜାରି ରହିବ । ନିର୍ମାଣ କାର୍ଯ୍ୟ ପାଇଁ ବାହାରୁ ଶ୍ରମିକ ଆଣିପାରିବେ ନାହିଁ । ସିମେଣ୍ଟ, ଲୁହା ରଡ, ଚିପ୍ସ଼ ଦେକାନ ଖୋଲା ରହିବା ବେଳେ ଏହିସବୁର ପରିବହନ କେବଳ ରାତିରେ କରାଯିବ । ଶିକ୍ଷା ଅନୁଷ୍ଠାନ, ବ୍ୟବସାୟ ସଂସ୍ଥାର ଅଫିସ ଖେଶଲା ରହିବ ଏବଂ ୨୫ ପ୍ରତିଶତ କର୍ମଚାରୀ ସହ ଏହିସବୁ ଅଫିସ କାର୍ଯ୍ୟ କରିବେ । କମିଶନରେଟ ପୋଲିସ ନିକଟରୁ ହେଡ଼ଅଫିସ ଅନୁମତି ଆଣି କାର୍ଯ୍ୟ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।
କଣ ବନ୍ଦ ରହିବ
ରାଜଧାନୀ ଭୁବନେଶ୍ୱରରେ ମାର୍କେଟ କମ୍ପେ୍ଲକ୍ସ ଓ ମଲ ବନ୍ଦ ରହିବ । ଏହାସହ ଜିମ୍, ପାର୍ଲର, ଗେମ୍ ପାର୍ଲର, ସେଲୁନ, ମସାଜ ପାର୍ଲର ବନ୍ଦ ରହିବ । ପାନ, ଚା, କଫି ଷ୍ଟଲ, ଫାଷ୍ଟଫୁଡ ବୁଥ୍, ଟିଫିନ, ଫଳରସ ଦେକାନ ବନ୍ଦ ରହିବ । ଦୋକାନ ଭିତରେ ୫ଜଣରୁ ଅଧିକ ଗ୍ରାହକଙ୍କୁ ଅନୁମତି ନାହିଁ । ସମାଜିକ ଦୂରତା ଓ କର୍ମଚାରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମଳକ କରାଯାଇଛି ।

Get real time updates directly on you device, subscribe now.