fbpx

ବିଧାୟକ ପ୍ରଦୀପଙ୍କ ଆକାଉଣ୍ଟରେ ଅଢେଇ କୋଟି, ଜାଣନ୍ତୁ କେଉଁଠୁ ଆସିଛି କେତେ ଟଙ୍କା?

ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): କୋଟିପତି ଆଇଏଫଏସ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସର ଘନଘନ ଜେରା ଚାଲିଥିବା ବେଳେ ସନ୍ଦେହ ଘେରକୁ ଆସିଛନ୍ତିି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପ ପାଣିଗ୍ରାହୀ ଓ ଆକାଶଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର କାରବାର ହୋଇଥିବା ଜଣାପଡିଛି । ତଦନ୍ତ ବେଳେ ଭିଜିଲାନ୍ସ ହାତରେ ଲାଗିଛି ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ତେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଟିଏ ଆକାଉଣ୍ଟରେ ଅଢେଇ କୋଟି ଟଙ୍କା ଥିବା ଜଣାପଡିଛି । ବ୍ରହ୍ମପୁର କୋଟାପେଟାରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦୀପଙ୍କର ଅଢେଇ କୋଟି ଟଙ୍କା ଥିବା ଜଣାପଡିଛି । କିନ୍ତୁ ଗତବର୍ଷ ପ୍ରଦୀପ ବାର୍ଷିକ ୧୦ ଲକ୍ଷ ଟଙ୍କାର ଆୟ ଦେଖାଇଥିଲେ । ତାଙ୍କର ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣରେ ୧୦ ଲକ୍ଷ ଟଙ୍କାର ଆୟ ରହିଛି । ଏହି ବର୍ଷ ପ୍ରଦୀପଙ୍କ ଆକାଉଣ୍ଟରେ ଅଢେଇ କୋଟି ଟଙ୍କା ଜମା ହୋଇଛି ।

ସୂଚନା ମିଳିଛି ଯେ, ରବୀନ୍ଦ୍ର ସାହୁ ନାମ ଜଣେ ବ୍ୟକ୍ତି ପ୍ରଦୀପଙ୍କ ଆକାଉଣ୍ଟରେ ୭୫ ଲକ୍ଷ ଟଙ୍କା ଜମା କରିଛନ୍ତି । ୪ ମାସରେ ରବୀନ୍ଦ ସାହୁ ପ୍ରାୟ ୭୫ ଲକ୍ଷ ଟଙ୍କା ଜମା କରିଛନ୍ତି । ସେହିପରି ସୂର୍ଯ୍ୟ ଫିଲିଙ୍ଗ ଷ୍ଟେସନ ତାଙ୍କ ଆକାଉଣ୍ଟରେ ୪୦ ଲକ୍ଷ ଟଙ୍କା କରିଛି । ଏସ କେ ମହାରଣା ନାମ ଜଣେ ବ୍ୟକ୍ତି ପ୍ରଦୀପଙ୍କ ଆକାଉଣ୍ଟରେ ୨୫ ଲକ୍ଷ ଟଙ୍କା ଜମା କରିଛନ୍ତି । ଗୁରୁମୂର୍ତ୍ତି ଅଏଲ କମ୍ପାନୀ ପ୍ରାୟ ୪୦ ଲକ୍ଷ ଟଙ୍କା ପ୍ରଦୀପଙ୍କ ଆକାଉଣ୍ଟରେ ଜମା କରିଛନ୍ତି ।

Get real time updates directly on you device, subscribe now.