fbpx

କୁଲଦୀପ ଟି-୨୦ରେ ଖେଳିବା ଉଚିତ: ଗାଭାସ୍କର

କାନବେରା, ୩ା୧୨: ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳର ଦିନିକିଆ ସିରିଜ ଶେଷ ହୋଇଯାଇଛି । ଏହାପରେ ଶୁକ୍ରବାର ଠାରୁ ଟି-୨୦ ଆରମ୍ଭ ହେବ । ଏହି ଅବସରରେ ପୂର୍ବତନ ଭାରତୀୟ ଅଧିନାୟକ ତଥା ଲିଟିଲ ମାଷ୍ଟର ସୁନିଲ ଗାଭାସ୍କର ଭାରତୀୟ ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି । ଗାଭାସ୍କରଙ୍କ ମତରେ କୁଲଦୀପ ତୃତୀୟ ଦିନିକିଆରେ ଭଲ ବୋଲିଂ କରିଥିଲେ, ଯାହାଫଳରେ ଅଷ୍ଟ୍ରେଲିଆର ରନଗତିକୁ ରୋକାଯାଇ ପାରିଥିଲା । ଗାଭାସ୍କର ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୨-୩ ଓଭର ବୋଲିଂ ଦେବା ସପକ୍ଷରେ ନିଜର ମତ ଦେଇଥିଲେ ।

Get real time updates directly on you device, subscribe now.