fbpx

ପୋଲିସ ହେପାଜତରୁ ୨ ଅଭିଯୁକ୍ତ ଚମ୍ପଟ: ପୋଲିସକୁ ଚକମା ଦେଇ…

ମାଲକାନଗିରି(ଓଡ଼ିଶା ଭାସ୍କର): ମେଡିକାଲ ଚେକଅପ୍ ବେଳେ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଛନ୍ତି ୨ ଅଭିଯୁକ୍ତ । ଏଭଳି ଘଟଣା ମାଲକାନଗିରି କାଲିମେଳା ମେଡିକାଲରେ ଘଟିଥିବା ଜଣାପଡିଛି ।

ସୂଚନା ଅନୁସାରେ, କାଲିମେଳା ମେଡିକାଲକୁ ଚେକଅପ୍ ପାଇଁ ୨ ଅଭିଯୁକ୍ତଙ୍କୁ ଆଣିଥିବା ପୋଲିସ । କିନ୍ତୁ ସେଠାରେ ପୋଲିସକୁ ଚକମା ଦେଇ ୨ ଅଭିଯୁକ୍ତ ଖସି ପଳାଇପାରେ ସଫଳ ହୋଇଥିଲେ । ଏହାପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା ।

ତେବେ ନିକଟ ଜଙ୍ଗଲରୁ ଜଣେ ଅଭିଯୁକ୍ତ ଧରାପଡିଥିବା ବେଳେ ଅନ୍ୟ ଜଣେ ଏବେ ବି ଫେରାର ଥିବା ଜଣାପଡିଛି । ଗତ ବୁଧବାର ଗଞ୍ଜେଇ ଚାଲାଣ ବେଳେ ଏହି ୨ ଅଭିଯୁକ୍ତ ଧରାପଡିଥିଲେ । କୋର୍ଟଚାଲାଣ ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେମାନଙ୍କୁ କାଲିମେଳା ମେଡିକାଲକୁ ନେଇଥିଲା ପୋଲିସ ।

 

Get real time updates directly on you device, subscribe now.