fbpx

୨ ଜଣ ପାଇବେ ସୁଯୋଗ: ୩ ଜଣ ୟଙ୍ଗଷ୍ଟରଙ୍କ ମଧ୍ୟରୁ ଏହି ଦୁଇ ଜଣ ଖେଳିପାରନ୍ତି ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ-ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ । ମେହାଲିର ପ୍ରଥମ ଟେଷ୍ଟରେ ନିଜର ୧୦୦ ତମ ଟେଷ୍ଟ ଖେଳିବେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି । ତେଣୁ ଏହି ମ୍ୟାଚ ଭାରତ ଏବଂ ବିରାଟଙ୍କ ପାଇଁ ଏକ ଐତିହାସିକ ମ୍ୟାଚ । ଏହାବ୍ୟତୀତ ରୋହିତ ମଧ୍ୟ ପ୍ରଥମ ଥର ପାଇଁ ଟିମରେ ନୂଆ ଦାୟିତ୍ୱରେ ନଜର ଆସିବେ । ତେଣୁ ଏହି ଐତିହାସିକ ମ୍ୟାଚରେ ବିଜୟ ହାସଲ କରି ନୂଆ ଅଧ୍ୟାୟରଆରମ୍ଭ କରିବା ସହ କୋହଲିଙ୍କୁ ଉପହାର ଦେବାକୁ ଚାହିଁବ ରୋହିତ ସେନା ।

IND Vs AUS: Steve Smith Says, First Rohit Sharma's Then Virat Kohli's  Absences Can Hurt India

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳର ଅଭିଜ୍ଞ ବ୍ୟାଟ୍ସମ୍ୟାନ ପୂଜାରା ଏବଂ ରାହାଣେଙ୍କୁ ଚୟନ କରାଯାଇ ନାହିଁ । ତେଣୁ କେଉଁ ଖେଳାଳି ତାଙ୍କ ସ୍ତାନ ନେବେ ତାହା ଉପରେ ରହିଛି ସମସ୍ତଙ୍କ ନଜର । ସେପଟେ ଯୁବ ଖେଳାଳିଭ୍କୁ ନେଇ ସୁସଜ୍ଜିତ ଏହି ଟିମ ଏବେ ପ୍ଲେଇଙ୍ଗ ଇଲେଭେନକୁ ନେଇ ଦ୍ୱନ୍ଦ୍ୱରେ ପଡିଯାଇଛି । ଦଳରେ ଶୁଭମନ ଗିଲ, ହନୁମା ବିହାରୀୂ ଏବଂ ଶ୍ରେୟସ ଅୟରଙ୍କ ଭଳି ଷ୍ଟାର ଖେଳାଳି ଉପଲବ୍ଧ ରହିଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରୁ ଦୁଇ ଜଣ ମ୍ୟାଚରେ ସ୍ଥାନ ପାଇପାରିବେ ।

Would Leave Both Ajinkya Rahane And Cheteshwar Pujara Out: Steve Harmison  Suggests Another Debutant In Mumbai Test | Cricket News

ଶୁଭମନ ଗିଲ ଟେଷ୍ଟରେ ଭାରତ ପକ୍ଷରୁ ୧୦ ମ୍ୟାଚରେ ୪ ଅର୍ଦ୍ଧଶତକ ସହ ୫୫୮ ରନ ସଂଗ୍ରହ କରିଛନ୍ତି । କିନ୍ତୁ ଫାର୍ଷ୍ଟ କ୍ଲାସ କ୍ରିକେଟରେ ୫୭ ପାଳିରେ ୭ ଶତକ ଏବଂ ୧୫ ଅର୍ଦ୍ଧଶତକ ସହିତ ୨୮୨୮ ରନ ସଂଗ୍ରହ କରିଛନ୍ତି ଶୁଭମନ । ତେଣୁ ସେ ପୂଜାରାଙ୍କ ସ୍ଥାନରେ ଖେଳିବାର ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ ଅଲରାଉଣ୍ଡର ହନୁମା ବିହାରୀ ମଧ୍ୟ ନିଜ ପ୍ରଦର୍ଶନରେ ସମସ୍ତଙ୍କ ମନ ଜିତିସାରିଛନ୍ତି । ୧୩ ମ୍ୟାଚରେ ୪ ଅର୍ଦ୍ଧଶତକ ସହିତ ୬୮୪ ରନ ବନାଇଛନ୍ତି ବିହାରୀ । ଫାର୍ଷ୍ଟ କ୍ଲାସ କ୍ୟାରିୟରରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ ସହିତ ଗୋଟିଏ ତ୍ରିଶତକ ତାଙ୍କ ନାମରେ ରହିଛି । ତେଣୁ ତାଙ୍କୁ ଦଳରେ ସାମିଲ ହେବାର ଦାବିଦାର ରହିଛନ୍ତି । ଶେଷରେ ଶ୍ରେୟସ ଅୟର ମଧ୍ୟ ସିରିଜ ପାଇଁ ଦଳରେ ସାମିଲ ଅଛନ୍ତି । ପ୍ରଥମ ମ୍ୟାଚରେ ଶତକ ଲଗାଇ ଚୟନକର୍ତ୍ତାଙ୍କୁ ଆକର୍ଷଣ କରିଛନ୍ତି ଶ୍ରେୟସ । ଏହା ସହିତ ତାଙ୍କ ନାମରେ ଏକ ଅର୍ଦ୍ଧଶତକ ମଧ୍ୟ ରହିଛି । ମାତ୍ର ୨ ଟି ମ୍ୟାଚରେ ୨୦୨ ରନ ସଂଗ୍ରହ କରିଛନ୍ତି ଅୟର । କେବଳ ସେତିକି ନୁହେଁ, ଟି-୨୦ରେ ସମସ୍ତ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରି ତାଙ୍କ ଫର୍ମ ସହିତ ସେ ପରିଚିତ କରାଇ ଦେଇଛନ୍ତି । ତେଣୁ ସେ ମଧ୍ୟ ମ୍ୟାଚରେ ସ୍ତାନ ପାଇବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ତେବେ ଦେଖିବାକୁ ବାକି ରହିଲା ରୋହିତ ଏହି ତିନି ଜଣଙ୍କ ମଧ୍ୟରୁ କିଏ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ସ୍ଥାନ ପାଉଛନ୍ତି ।

Ind Vs Sl Playing Xi Will Shreyas Iyer And Shubman Gill Replace Ajinkya  Rahane And Cheteshwar Pujara Rohit Sharma Hanuma Vihari Probable Playing-11  - Ind Vs Sl Playing Xi: रहाणे-पुजारा की जगह

Get real time updates directly on you device, subscribe now.