fbpx

Big Breaking: ଚାଇନା ଗୁଡ଼ି ସୂତା ଲାଗି ୨ ବାଇକ ଆରୋହୀ ଆହତ

AAKASH

କଟକ: ମକର ସକ୍ରାନ୍ତି ପର୍ବରେ ଗୁଡ଼ି ସୂତା ପାଇଁ ଏକ ଅଘଟଣ ଘଟିବା ଖବର ସାମ୍ନାକୁ ଆସିଛି । ଏଥିରେ ୨ ବାଇକ ଆରୋହୀ ଆହତ ହୋଇଛନ୍ତି । ବାଇକରେ ଆସୁଥିବା ବେଳେ ବାଲିକୁଦା ଛକ ନିକଟରେ ସୂତା ଲାଗି ଏପରି ଅଘଟଣ ଘଟିଛି ।

ସୂଚନା ଅନୁଯାୟୀ, ଏହି ଦୁଇ ଯୁବକ ବାଇକରେ ନିଆଳିରୁ କଟକ ଆସୁଥିଲେ । ଏହି ସମୟରେ ଗୁଡ଼ି ସୂତା ଜଣଙ୍କର ବେକରେ ଲାଗିବା ବେଳେ ଅନ୍ୟଜଣକଙ୍କର ହାତ ପାପୁଲିରେ ଲାଗିଥିଲା । ଏହାପରେ ଦୁଇ ଜଣ ରକ୍ତାକ୍ତ ହୋଇଛନ୍ତି । ଏହା ଚାଇନା ଗୁଡ଼ି ସୂତା ବୋଲି ଜଣାପଡିଛି ।

ମକର ସଂକ୍ରାନ୍ତି ପୂର୍ବରୁ ଓଡ଼ିଶା ପୋଲିସ ସାଧାରଣ ଲୋକଙ୍କୁ ଗୁଡ଼ି ଉଡ଼ାଇବା ନେଇ ସତର୍କ ସୂଚନା ଜାରି କରିଥିଲା । ଗୁଡ଼ି ଉଡ଼ାଇବା ସମୟରେ ମାଞ୍ଜା ସୂତା ବ୍ୟବହାର ନ କରିବାକୁ ଅପିଲ୍ କରିଥିଲା ଓଡ଼ିଶା ପୋଲିସ । ମାଞ୍ଜା ସୂତା ବ୍ୟବହାର ନ କରି ସାଧାରଣ ସୂତାରେ ଗୁଡ଼ି ଉଡ଼ାଇବାକୁ ଓଡ଼ିଶା ପୋଲିସ ସମସ୍ତଙ୍କୁ ପରାମର୍ଶ ଦେଇଥିଲା । ତଥାପି ଲୋକେ ଆଇନ ଅମାନ୍ୟ କରି ଗୁଡ଼ି ଉଡାଉଛନ୍ତି ।

Get real time updates directly on you device, subscribe now.