fbpx
BJD SKY
BJD SKY

ବାଂଲାଦେଶ ସୀମାରେ ୨ ବୋଟ୍ ନିଖୋଜ, ମିଳୁନି ୧୩ ମତ୍ସ୍ୟଜୀବିଙ୍କ ମିଳୁନି ପତ୍ତା

BJD

ପାରାଦୀପ: ପାରାଦୀପରୁ ମାଛ ଧରିବାକୁ ଯାଇଥିବା ଦୁଇଟି ବୋଟ୍ ନିଖୋଜ । ଏଥିରେ ଥିବା ୧୬ ଜଣ ମତ୍ସ୍ୟଜୀବିଙ୍କ ସହିତ କୌଣସି ସମ୍ପର୍କ ହୋଇପାରୁ ନାହିଁ । ଏବେ ଯାଏଁ ସେମାନଙ୍କ ବିଷୟରେ କୌଣସି ସୂଚନା ମିଳି ନଥିବା ବେଳେ କୋଷ୍ଟଗାର୍ଡ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁସାରେ ୫ ଦିନ ପୁର୍ବେ କିନାରା ଏବଂ ଦେବୀ ଲକ୍ଷ୍ମୀ ନାମକ ଦୁଇଟି ବୋଟ୍ ନେଇ ମଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ । ତେବେ ଦୁଇଟି ବୋଟ୍ ସମୁଦ୍ରକୁ ଯିବା ପରେ ସେମାନଙ୍କ ସହିତ କୌଣସି ସମ୍ପର୍କ ହୋଇ ପାରି ନଥିବା ବୋଟ୍ ମାଲିକ କହିଛନ୍ତି । ଏହାପରେ ଚିନ୍ତିତ ହୋଇ ବୋଟ୍ ମାଲିକ ସାମୁଦ୍ରିକ ଅଧିକାରୀଙ୍କ ସହାୟତା ଲୋଡ଼ିଥିଲେ ।

ଏହାପରେ ସାମୁଦ୍ରିକ ଅଧିକାରୀ ମତ୍ସ୍ୟଜୀବ ମାନଙ୍କୁ ଖୋଜିବା ପାଇଁ କୋଷ୍ଟଗାର୍ଡ ଏବଂ ମୋରାଇନ୍ ପୋଲିସର ସହାୟତା ମାଗିଛନ୍ତି। ପାରାଦୀପଠାରୁ ପ୍ରାୟ ୧୬୩ କିଲୋମିଟର ଦୁରରେ ବୋଟ୍ ଦୁଇଟି ନିଖୋଜ ହୋଇଯାଇଥିବା କୁହାଯାଉଛି । ତେବେ ସମୁଦ୍ର ମଝିରେ ବୋଟ୍ ଦୁଇଟି ଭାସି ଯାଇଛି କିମ୍ବା କିଛି ଅଘଟଣ ଘଟିଛି ସେ ନେଇ କୌଣସି ସୂଚନା ମିଳିପାରି ନାହିଁ ।

 

Get real time updates directly on you device, subscribe now.