fbpx

ବର୍ତ୍ତମାନ ଡିଜେଲରେ ନୁହେଁ ଗୋବରରେ ଚାଲିବ ଟ୍ରାକ୍ଟର, ୧୦ବର୍ଷ ଅଧ୍ୟୟନ ପରେ ମିଳିଲା ସଫଳ

ଲଣ୍ଡନ: ବିଶ୍ୱରେ ପ୍ରାକୃତିକ ଇନ୍ଧନର ଅଭାବ ହେତୁ ପୃଥିବୀବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସେଥିପାଇଁ ଦେଶ ତଥା ବିଦେଶରେ ଏହାର ବିକଳ୍ପ ପ୍ରକ୍ରିୟା ବାହାର କରିବାର ଅନୁସନ୍ଧାନରେ ଅଛନ୍ତି । ତେବେ ଏହି ଇନ୍ଧନ ଅଭାବକୁ ଦୂର କରିବା ପାଇଁ ଆମ ଆଖପାଖରେ ଥିବା ଉପଲବ୍ଧ ବସ୍ତୁକୁ ବ୍ୟବହାର ଉପଯୋଗୀ କରାଯାଇପାରିବ । ଏହି ବିକଳ୍ପକୁ ଆଖି ଆଗରେ ରଖି ବ୍ରିଟେନ ବେନାମାନ କମ୍ପାନୀ ଏକ ଟ୍ରାକ୍ଟର ନିର୍ମାଣ କରିଛି । ଏହି ଟ୍ରାକ୍ଟର ପେଟ୍ରୋଲ, ଡିଜେଲ କିମ୍ବା ବିଦ୍ୟୁତ୍ ଦ୍ୱାରା ନୁହେଁ ଗାଈ ଗୋବର ଦ୍ୱାରା ପରିଚାଳିତ ହେବ ।

ଗୋବର ଚାଳିତ ୨୭୦ ବିଏଚପି ନ୍ୟୁ ହଲାଣ୍ଡ ଟି୧୭ ଟ୍ରାକ୍ଟର ଡିକାର୍ବୋନାଇଜ ଏଗ୍ରିକଲଚର କ୍ଷେତ୍ରରେ ସହାୟକ ସାବ୍ୟସ୍ତ ହେବ ବୋଲି କମ୍ପାନୀର ସହପ୍ରତିଷ୍ଠାତା କ୍ରିସ୍ ମ୍ୟାନ କହିଛନ୍ତି । ଗାଈ ଗୋବରରୁ ଉତ୍ପନ୍ନ ଫଗିଟିଭ ମିଥେନ ଦ୍ୱାରା ଟ୍ରାକ୍ଟର କାର୍ଯ୍ୟକ୍ଷମ ହେବ । ଏହାର ବ୍ୟବହାର ଦ୍ୱାରା ବାୟୁମଣ୍ଡଳରେ ଥିବା ମିଥେନର ପରିମାଣ ହ୍ରାସ ପାଇବ ବୋଲି ଟ୍ରାକ୍ଟର ନିର୍ମାଣକାରୀ କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ଏହି ଟ୍ରାକ୍ଟର ବିଶ୍ୱର ପ୍ରଥମ ଗୋବର ଟ୍ରାକ୍ଟର ଅଟେ ।

କୁହାଯାଉଛି ଯେ, କୃଷକ ମାନେ ଡିଜେଲ ପରିଚାଳିତ ଟ୍ରାକ୍ଟର ବ୍ୟବହାର ଦ୍ୱାରା ଅଧିକ ଖର୍ଚ୍ଚାନ୍ତ ହେଉଥିଲେ ହେଲେ ବର୍ତ୍ତମାନ ତାହା କମ ଟଙ୍କା ଖର୍ଚ୍ଚ ହେବ । ଅନ୍ୟପଟେ ଏହି ଟ୍ରାକ୍ଟର ବାର୍ଷିକ ୨,୫୦୦ ରୁ ସର୍ବନିମ୍ନ ୫୦୦ ଟନ୍ ଅଙ୍ଗାରକାମ୍ଳ କମାଇବାରେ ସହାୟକ ହେବ । ଏହି ଟ୍ରାକ୍ଟ ଚାଲିବା ଦ୍ୱାରା ଆସନ୍ତା ୨୦ବର୍ଷରେ ବାୟୁମଣ୍ଡଳରେ ମିଥେନର ପରିମାଣ ୮୪ ଗୁଣ ହ୍ରାସ ପାଇବ ବୋଲି ଜାତିସଂଘ ପରିବେଶ ପୋଗ୍ରାମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.