fbpx
BJD SKY
BJD SKY

ଦିଲ୍ଲୀରେ ପ୍ରବଳ ଥଣ୍ଡା, ୧.୪ କୁ ଖସିଲା ପାରଦ

BJD

ନୁଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଛି ଅସମ୍ଭାଳ ଜାଡ଼। ଆଜି ଦିଲ୍ଲୀରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୧.୪ ରେକର୍ଡ କରାଯାଇଛି। ପଞ୍ଜାବ, ହରିୟାଣ. ଚଣ୍ଡିଗଡ଼, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନର କିଛି ସ୍ଥାନରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି। ଜାଡ଼ ସାଙ୍ଗକୁ ଘନ କୁହୁଡ଼ି ଜନଜୀବନକୁ ଆହୁରି ପ୍ରଭାବିତ କରିଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମଡି)ପକ୍ଷରୁ ମିଳିଥିବା ସୂଚନା ମୁତାବକ ପଶ୍ଚିମା ଝଡ଼ ପ୍ରବାବରେ ୧୮ ଜାନୁଆରୀରୁ ୨୦ ଜାନୁଆରୀ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ଧିରେ ଧିରେ ୩ରୁ ୫ ଡିଗ୍ରୀ ସେଲସିୟସ୍ ଯାଏଁ ବଢିବ।

ସୋମବାର ସକାଳେ ଦିଲ୍ଲୀର ସଫଦରଜଙ୍ଗ ଅଞ୍ଚଳରେ ତାପମାତ୍ରା ୧.୪ ଡିଗ୍ରୀ ରେକର୍ଡ କରାଯାଛି, ଯାହା ୨୦୨୧ ପରେ ଏହି ମାସରେ ସର୍ବନିମ୍ନ ଅଟେ । ସେହିପରି ଲୋଧି ରୋଡ୍‌ ଅଂଚଳରେ ମଧ୍ୟ ୧.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା । ପୁର୍ବରୁ ଭାରତୀୟ ପାଣିପାଗ ବିଭାଗ ୧୭ ଏବଂ ୧୮ ଜାନୁଆରୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରି ସାରିଛି ।

ଆଇଏମଡି ତଥ୍ୟ ଅନୁଯାୟୀ, ଜାନୁୟାରୀ ୫ ରୁ ୯ ପର୍ଯ୍ୟନ୍ତ ଦିଲ୍ଲୀରେ ପ୍ରବଳ ଥଣ୍ଡା ଅନୁଭୁତ ହୋଇଥିଲା, ଯାହା ଏକ ଦଶନ୍ଧି ମଧ୍ୟରେ ଏହି ମାସରେ ପ୍ରବଳ ଥଣ୍ଡା ଲହରର ଦ୍ୱିତୀୟ ଦୀର୍ଘତମ ସମୟ ଥିଲା । ସେହିପରି ଏହି ସମୟରେ ଘନ କୁହୁଡି ୫୦ ଘଣ୍ଟା ପାଇଁ ରେକର୍ଡ କରାଯାଇଛି, ଯାହା ୨୦୧୯ ଠାରୁ ସର୍ବାଧିକ ଅଟେ । ସମତଳ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଚାରି ଡିଗ୍ରୀ ସେଲସିୟସକୁ ଖସିଲେ ଥଣ୍ଡା ଲହର ଘୋଷଣା କରାଯାଇଥାଏ । ସର୍ବନିମ୍ନ ତାପମାତ୍ରା ଦୁଇ ଡିଗ୍ରୀ ସେଲସିୟସକୁ ଖସିଲେ ଏକ ପ୍ରବଳ ଥଣ୍ଡା ତରଙ୍ଗ ଘୋଷଣା କରାଯାଏ ।

Get real time updates directly on you device, subscribe now.