fbpx

ନିଆଁରେ ୨ ଶିଶୁ ଜୀବନ୍ତ ଦଗ୍ଧ

ନବରଙ୍ଗପୁର,୨୨ ।୧୨(ଓଡିଶା ଭାସ୍କର): ନବରଙ୍ଗପୁର ଝରିଗାଁ ମଇନାପଦ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଧାନ ଖଳାରେ ନିଆଁ ଲାଗିବା କାରଣରୁ ୨ ଶିଶୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତକ ଶିଶୁ ହେଉଛନ୍ତି ମଇନାପଦର ଗାଁର ସୁଜାତା ସାନ୍ତା ଓ ଆଲିନା ସାନ୍ତା ।

ତେବେ ସୂଚନା ମୁତାବକ, ମଇନାପଦର ଦୁଇ ଭାଇ ସାଂସନ ସାନ୍ତା ଓ ପବିତ୍ର ସାନ୍ତା ଆଜି ପରିବାର ସଦସ୍ୟ ମିଶି ଘରଠାରୁ ଅଧକିମି ଦୂରରେ ଥିବା ମକାଖଳାକୁ ଯାଇ ମକା ଭାଙ୍ଗିବାରେ ଲାଗିଥିଲେ । ଏହି ସମୟରେ ସାଂସନଙ୍କ ୨ ଝିଅ ସୁଜାତା, ଅର୍ଚ୍ଚିତାଙ୍କ ସହ ପବିତ୍ରଙ୍କ ଝିଅ ଆଲିନା ପରିବାର ସହ ମକା ଖଳାକୁ ନଯାଇ ଧାନ ଖଳାରେ ଅସ୍ଥାୟୀ ଘର ମଧ୍ୟରେ ଖେଳୁଥିଲେ । ଧାନ ଖଳାରେ ଥିବା ଘରେ ମକାର ଶୁଖିଲା ଅଂଶ ଗୁଡିକ ହଠାତ୍ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । ଏହାକୁ ଦେଖି ପରିବାର ଲୋକେ ଓ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ୨ ଝିଅଙ୍କୁ ବଞ୍ଚାଇ ପାରିନଥିଲେ । ତେବେ ସୌଭାଗ୍ୟବଶତଃ ଅର୍ଚ୍ଚିତା ଘଟଣାସ୍ଥଳରୁ କିଛି ଦୂରରେ ବସି କାନ୍ଦୁଥିବା ଅବସ୍ଥାରେ ପରିବାର ଲୋକେ ତାକୁ ଉଦ୍ଧାର କରିଥିଲେ ।

Get real time updates directly on you device, subscribe now.