fbpx

ନିଖୋଜ ଜିଏମଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କୋକସରା,୨୨ ।୧୨(ଓଡିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ମୁଖିଗୁଡା ଓଏଚପିସିର ନିଖୋଜ ଜିଏମଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଜିଏମଙ୍କ ନାମ  ନାରାୟଣ ପ୍ରସାଦ ମେହେର ହୋଇଥିବା ବେଳେ ମୁଖିଗୁଡାର ଏକ ମୋବାଇଲ ଟାୱାର ତଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ନାରାୟଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପୋଲିସ ତଦନ୍ତ ଜାରି ରଖିଛି ।

ତେବେ ଗତ ୧୭ ତାରିଖରୁ ଅଫିସ ଯାଇ ଆଉ ଘରକୁ ଫେରି ନଥିଲେ ନାରାୟଣ । ଏନେଇ ତାଙ୍କ ଧର୍ମପତ୍ନୀ ସୁରେଖା ମେହେର ଥାନାରେ ଏତଲା ଦେଇଥିଲେ ।

ପତ୍ନୀ ସୁରେଖାଙ୍କ କହିବା ମୁତାବକ, ଗତ ମଙ୍ଗଳବାର ଅଫିସ ଯାଉଛି କହି ନାରାୟଣ ସକାଳ ୧୦ଟାରେ ଘରୁ ବାହାରି ଯାଇଥିଲେ । ହେଲେ ୧୨ଟା ପରେ ସୁରେଖା ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ । ଏହାପରେ ସନ୍ଦେହ ହେବାରୁ ସେ ବିଭିନ୍ନ ଜାଗାରେ ଖୋଜାଖୋଜି ଆରମ୍ଭ କରିଥିଲେ । ହେଲେ କିଛି ପତ୍ତା ପାଇପାରି ନ ଥିଲେ ।

Get real time updates directly on you device, subscribe now.