fbpx

News across the Earth, news close to your heart, Read Odisha Bhaskar English

ଭାରତ ପାଇଁ ବିଜୟ ଲକ୍ଷ୍ୟ ୩୧୬ ରନ୍

କଟକ,୨୨ ।୧୨(ଓଡିଶା ଭାସ୍କର): କଟକ ବାରବାଟୀ ଷ୍ଟାଡିୟମରେ ଆଜି ଭାରତ-ୱେଷ୍ଟଇଣ୍ଡିଜର ନିର୍ଣ୍ଣାୟକ ମ୍ୟାଚ୍ । ଭାରତ ଆଗରେ ୩୧୬ ରନର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ୍ । ନିର୍ଦ୍ଧାରିତ ଓଭରରେ ୫ଟି ୱିକେଟ୍ ହରାଇ ୩୧୫ ରନ୍ ସଂଗ୍ରହ କରିଛି ୱେଷ୍ଟଇଣ୍ଡିଜ୍ । ଅଧିନାୟକ ପୋଲାର୍ଡ ଅପରାଜିତ ରହି ୭୪ ରନ୍ ସଂଗ୍ରହ କରିଥିଲେ । ପଦାର୍ପଣ ମ୍ୟାଚରେ ୨ଟି ୱିକେଟ୍ ନେଲେ ନବଦୀପ ସାଇନି । ଏହା ସହ ଶ୍ରାଦୁଲ ଠାକୁର ୧୦ଓଭରରେ ୬୬ରନ ଦେଇ ମାତ୍ର ଗୋଟିଏ ୱିକେଟ ନେଇଥିବାବେଳେ ମହମ୍ମଦ ସାମି ୧୦ଓଭରରେ ୬୬ରନ ଗୋଟିଏ ୱିକେଟ, ରବିନ୍ଦ୍ର ଜାଡେଜା ୧୦ଓଭର ବୋଲିଂ କରି ୫୪ରନ ଦେଇ ଗୋଟିଏ ୱିକେଟ ନେଇଥିଲେ ଏବଂ ଚାଇନା ମ୍ୟାନ ବୋଲର ଆଜି କୌଣସି ୱିକେଟ ପାଇ ନଥିଲେ । ସେ ୧୦ଓଭରରେ ୬୭ରନ ଦେଇଥିଲେ।

ତେବେ ଏହି ମ୍ୟାଚରେ ଭାରତର ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍ ଜିତି ୱେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ।

Get real time updates directly on you device, subscribe now.