fbpx

ଟ୍ରକ୍-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ୨ମୃତ,୨ ଗୁରୁତର

ଯାଜପୁର,୨୨ ।୧୨(ଓଡିଶା ଭାସ୍କର): ଯାଜପୁର ପାଣିକୋଇଲି ଥାନା ବ୍ରଜନଗର ଏନଏଚ୍-୨୧୫ରେ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଆମ୍ବୁଲାନ୍ସ ଡ୍ରାଇଭର ଓ ରୋଗୀ ଥିବା ଜଣାପଡିଛି । ଆମ୍ବୁଲାନ୍ସରେ ଥିବା ଅନ୍ୟ ୨ ଜଣ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଭଦ୍ରକରୁ କଟକକୁ ରୋଗୀ ନେଇ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଆମ୍ବୁଲାନ୍ସ ।

Get real time updates directly on you device, subscribe now.