fbpx

ପ୍ରି- ୱେଡିଙ୍ଗ ଫଟୋସୁଟରେ ସିଏଏ ଓ ଏନଆରସିକୁ ବିରୋଧ କଲେ ଦମ୍ପତ୍ତି, ଫଟୋ ଭାଇରାଲ

ସିଏଏ ଓ ଏନଆରସିକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଜଣେ ଦମ୍ପତ୍ତି ନିଜ ପ୍ରି- ୱେଡିଙ୍ଗ ଫଟୋସୁଟରେ ଏହାକୁ ବିରୋଧ କରିଛନ୍ତି । କେରଳର ତିରୁୱନ୍ତପୁରମରେ ରହୁଥିବା ଦମ୍ପତ୍ତି ଜୀଏଲ ଅରୁଣ ଗୋପୀ ଓ ଆଶା ଶେଖର ନିକଟରେ ନିଜର ପ୍ରି- ୱେଡିଙ୍ଗ ଫଟୋସୁଟ କରିଛନ୍ତି । First look wedding photography ନିଜର ଫେସବୁକ ପେଜରେ ଫଟୋ ସେୟାର କରିବା ମାତ୍ରେ ତାହା ଭାଇରାଲ ହେବାରେ ଲାଗିଲା ।

ତେବେ ନୂଆବର୍ଷର ୩୧ ଜାନୁଆରୀରେ ଆଶା ଓ ଅରୁଣ ବିବାହ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ନିଜର ପ୍ରି- ୱେଡିଙ୍ଗ ଫଟୋସୁଟରେ ସେ ଦୁହେଁ ସିଏଏ ଓ ଏନଆସିକୁ ବିରୋଧ କରିଛନ୍ତି । ଫେସବୁକରେ ଫଟୋ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି ଯେ, ଆମେ ସାଥିରେ ଅଛୁ, ଏଥିପାଇଁ ଦେଶକୁ ମଧ୍ୟ ସମସ୍ତଙ୍କ ସହିତ ରହିବା ଜରୁରି ।’

ତେବେ ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ସାରା ଦେଶରେ ଜଳୁଛି ନିଆଁ। ରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ସମ୍ପ୍ରଦାୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ସିଏଏ-୨୦୧୯ ଜରିଆରେ ତିନୋଟି ନିର୍ଦ୍ଦିଷ୍ଟ ଦେଶରୁ ଧର୍ମ ଆଧାରରେ ଉତ୍ପୀଡ଼ନର ଶିକାର ହୋଇ ଭାରତରେ ଶରଣ ନେଇଥିବା ୬ଟି ସଂଖ୍ୟାଲଘୁ ସମୁଦାୟ ଭାରତୀୟ ନାଗରିକତା ପାଇଁ ଆବେଦନ କରିପାରିବେ। ସିଏଏ ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

Get real time updates directly on you device, subscribe now.