fbpx

ବିରୋଧୀ ବେଶୀ ଉସକାଉଛନ୍ତି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨ ।୧୨: ରାଜଧାନୀ ଦିଲ୍ଲୀର ରାମଲୀଳା ମଇଦାନ ବିଜେପିର ଧନ୍ୟବାଦ ରାଲି ଆରମ୍ଭ ହୋଇଯାଇଛି । ‘ବିବିଧତରେ ଏକତା, ଭାରତର ବିଶେଷତ୍ୱ’ କହି ରାଲି ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କଂଗ୍ରେସ ଓ ଆପକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ, ‘ଗରିବଙ୍କ ହକକୁ ଛଡାଇ ଧନୀଙ୍କୁ ମିଳିଥିଲା ସୁଯୋଗ । ଭିଆପିଙ୍କ ୨୦୦୦କୋଠାକୁ ଖାଲି କରାଗଲା । ଆମ ପାଇଁ ଭିଆଇପି ସାଧାରଣ ଜନତା । ଦିଲ୍ଲୀରେ ଯାତ୍ରୀବାହୀ ବସର ଅବସ୍ଥା ଅତ୍ୟନ୍ତ ଖରାପ ହୋଇ ରହିଛି । ପାଣି ସମସ୍ୟା ସମାଧାନ କରିବାରେ ଆପ୍ ସରକାର ବିଫଳ । ଦିଲ୍ଲୀର ଅବସ୍ଥା ଲୋକଙ୍କ ଆଖିରେ ବେଶ୍ ଦେଖାଯାଉଛି । ଜନତାଙ୍କ ପାଇଁ କାମ କରୁଛି ବିଜେପି ।’

ସିଏଏକୁ ନେଇ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଯାଉଛି । ଦେଶର ଭବିଷ୍ୟତ ପାଇଁ ସିଏଏ ପାସ କରାଯାଇଛି । କିଛି ଦଳ ବିଲକୁ ନେଇ ଭ୍ରମରେ ପଡିଛନ୍ତି । ମିଛ କହି ମୁସଲମାନ ସମ୍ପ୍ରଦାୟକୁ ଭ୍ରମିତ କରାଯାଉଛି । ଭ୍ରମ ତିଆରି କରିବାରେ କିଛି ଦଳ ରୀତିମତ ଲାଗିଛନ୍ତି । ଧର୍ମକୁ ନେଇ ଆମ ଉପରେ ମିଛ ଅଭିଯୋଗ କରାଯାଉଛି କାହିଁକି? ଭୟ ଓ ଅରାଜକତା ପାଇଁ ଚାଲିଛି ଭିତିରି ଷଡଯନ୍ତ୍ର । ସେହିଏପରି ଏନଆରସି ନାଁରେ ମିଥ୍ୟା ପ୍ରଚାର ଚାଲିଛି । କିଛି ଅର୍ବାନ୍ ନକ୍ସଲ୍ ଗୁଜବ ପ୍ରଚାର କରୁଛନ୍ତି । କଂଗ୍ରେସ ଓ ତାର ସହଯୋଗୀ ମିଛ ପ୍ରଚାର ଚଳାଇଛନ୍ତି ବୋଲି ମୋଦୀ କହିଛନ୍ତି ।

ଦେଶରେ ଗୁଜବକାରୀ ଚିହ୍ନଟ ହେବା ଦରକାର । ମିଥ୍ୟା ପ୍ରଚାରକାରୀଙ୍କୁ ସମସ୍ତେ ଜାଣିବା କଥା। ଭାଗ୍ୟବିଧାତା ଭାବୁଥିବା ଲୋକଙ୍କୁ ଲୋକେ ନାକଚ କରିଛନ୍ତି । ନାଗରିକତା ଆଇନ ଦେଶବାସୀଙ୍କ ପାଇଁ ନୁହେଁ । କିନ୍ତୁ ଏଥିରେ ଶିଶୁ ଓ ମହିଳାଙ୍କୁ ଟାର୍ଗେଟ୍ କରାଯାଉଛି । ସରକାରୀ ସମ୍ପତ୍ତି ନଷ୍ଟ କରି ରାଜନୀତି କରିବା କାହାର ଅଧିକାର ? ଜାଳିବାର ଅଛି ତ ମୋ କୁଶପୁତ୍ତଳିକା ଜାଳ,ଦେଶ ସମ୍ପତ୍ତି ଜାଳନି ବୋଲି ସେ କହିଛନ୍ତି ।

କାର୍ଯ୍ୟକ୍ରମରେ ମୋଦୀ ନିଜର ଉଦବୋଧନରେ କହିଛନ୍ତି ଯେ, ‘ଦିଲ୍ଲୀର ୪୦ଲକ୍ଷ ଲୋକଙ୍କ ଜୀବନରେ ଆସିଲା ନୂଆ ସକାଳ । ନୂଆ ସକାଳ ଆଣିବାର ସୁଯୋଗ ବିଜେପିକୁ ମିଳିଲା । ବେଆଇନ କଲୋନୀର ବିକାଶ ପାଇଁ ପଦକ୍ଷେପ ନିଆଗଲା । ସମସ୍ୟା ଦୂର ପାଇଁ ଅନ୍ୟମାନେ ସାମାନ୍ୟ ଆଗ୍ରହ ଦେଖାଉନଥିଲେ । ଦିଲ୍ଲୀର ୧୭୦୦ କଲୋନୀ ସୀମାରେଖା ଚୂଡାନ୍ତ ହୋଇଛି । କଲୋନୀକୁ ନିୟମିତ କରିବାକୁ ପଦକ୍ଷେପ ନିଆଯାଇଛି ।’

ରାଗିବାର ଅଛି ଯଦି ମୋଦି ସରକାର ଉପରେ ରାଗନ୍ତୁ । ସାଧାରଣ ଲୋକଙ୍କୁ ମାରି କଣ ଫାଇଦା ମିଳିବ ? ଶାନ୍ତି ପାଇଁ ୩.୩ ହଜାର ପୋଲିସ ବଳିଦାନ ଦେଇଛନ୍ତି , ମାରିବାର ଅଛି ତ ମୋଦିକୁ ଜୋତା ମାର ,ପୋଲିସକୁ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.