fbpx

ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲାପାଳ, ଗୁରୁତର ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ନେଲେ ଡାକ୍ତରଖାନା

ବ୍ରହ୍ମପୁର,୨୨ ।୧୨(ଓଡିଶା ଭାସ୍କର): ସ୍ୱାର୍ଥପର ସମାଜରେ ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ । ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଇ ପ୍ରଶଂସାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ତେବେ ଶେରଗଡ଼ ମାରୁଡି ଗାଁ ଛକରେ ଅଟୋ-ବାଇକ ଧକ୍କା ହୋଇଥିଲା । ସେ ଆହତ ଯୁବକ ରାସ୍ତାରେ ରକ୍ତ ଜୁଡୁବୁଡ ଅବସ୍ଥାରେ ପଡିରହିଥିଲେ । ଦୁର୍ଘଟଣା ସ୍ଥଳରେ ଲୋକେ ଭିଡ଼ ଜମାଇଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରୁନଥିଲେ । ସେହି ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ଶେରଗଡରୁ ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ତାଙ୍କ ନଜରକୁ ଆସିଥିଲା। ଆମ୍ବୁଲାନ୍ସକୁ ଅପେକ୍ଷା ନ କରି ସେ ଆହତଙ୍କୁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆମ୍ବୁଲାନ୍ସକୁ ଅପେକ୍ଷା ନ କରି ଆହତଙ୍କୁ ହିଞ୍ଜିଳି ଡାକ୍ତରଖାନା ନେଇଥିଲେ । ଜିଲ୍ଲାପାଳଙ୍କ ଏହି ସାହାଯ୍ୟ ଯୋଗୁଁ ବଞ୍ଚିଗଲା ଗୁରୁତର ଆହତ ବ୍ୟକ୍ତିଙ୍କ ଜୀବନ ।

Get real time updates directly on you device, subscribe now.