ଜାହାଜ ଭିତରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

News across the Earth, news close to your heart, Read Odisha Bhaskar English

ଭୁବନେଶ୍ୱର,୨୨ ।୧୨(ଓଡିଶା ଭାସ୍କର): ପାଣି ଜାହାଜରେ ଯାତାୟାତ କରିବା କଥା ଆପଣ ମାନେ ଜାଣିଥିବେ, କିନ୍ତୁ ଆପଣମାନେ କେବେ ଦେଖି ନଥିବେ କି ଶୁଣିନଥିବେ ଜାହାଜ ଭିତରେ ବସି କୁନିକୁନି ଛାତ୍ରଛାତ୍ରୀ ପାଠ ପଢ଼ିବାର। ଏହା କୌଣସି ମନଗଢା କାହାଣି ନୁହେଁ ଏହାର ବାସ୍ତବତା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ଚିତ୍ରକୋଣ୍ଡାରେ।

ଏହା ହେଉଛି ଗୁରୁପ୍ରିୟା ଜାହାଜ, ଯାହାକି ସମୁଦ୍ରରେ ଚାଲେ ନାହି ବରଂ ଚାଲେ ଶିକ୍ଷା ବ୍ୟବସ୍ତାର ରାସ୍ତାରେ । ଶବ୍ଦହୀନ ଗତିହୀନ ଏହି ଜାହାଜର ଦୃଶ୍ୟ ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟେମ୍ପୋରାରି କଲୋନୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ । ବିଦ୍ୟାଳୟର କ୍ଲାସ ରୁମ ଗୁଡିକୁ ଜାହାଜ ଭଳି ଚିତ୍ରଣ କରାଯାଇଛି । କୁନିକୁନି ଛାତ୍ରଛାତ୍ରୀ ମାନେ ଏହି ଜାହାଜ ଭଳି ଚିତ୍ରିତ କ୍ଲାସ୍ ରୁମରେ ବସି ପାଠ ପଢିଥାନ୍ତି । ଶିକ୍ଷକ ଶିକ୍ଷୟତ୍ରୀମାନେ ଜାହାଜର ଏହି କୋଠରି ଭିତରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରନ୍ତି ।

ତେବେ  ଚିତ୍ରକୋଣ୍ଡା ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅନେକ ଲୋକେ ଆଜି ମଧ୍ୟ ଦେଖିନାହାନ୍ତି ସମୁଦ୍ର ଓ ଜାହାଜ। ଜାହାଜ କହିଲେ ବାଲିମେଳା ଜଳ ଭଣ୍ଡାର ରେ ଯାତା ୟତ କରୁଥିବା ଲଞ୍ଚକୁ ବୋଲି ଭାବନ୍ତି। ଏହି ଜଳଭଣ୍ଡାର ରେ ଚାଲେନାହିଁ ଜାହାଜ।ଚାଲେ ଲଞ୍ଚ ଓ ମୋଟର ବୋଟ। ରାଜ୍ୟ ସରକାର ଏହି ଅଞ୍ଚଳ ପ୍ରତି ଦୃଷ୍ଟି ଦେଇ ପାଣି ଜାହାଜ କିପରି ଦେଖାଯାଏ ତାହାର ଚିତ୍ର ସ୍କୁଲ୍ କାନ୍ଥରେ କରି କୁନି କୁନି ପିଲାଙ୍କୁ ଜାହାଜ ବିଷୟରେ ଶିକ୍ଷା ଦେଉଛନ୍ତି। ଏହା ଦ୍ବାରା ଦୁର୍ଗମ ଅଞ୍ଚଳ ରେ ଶିକ୍ଷାର ବି ବିକାଶ ହେବାରେ , ବୋଧହୁଏ ରାଜ୍ୟର ଏକମାତ୍ର ସ୍ଥାନ, ଯେଉଁଠିର ଲୋକଙ୍କ ପାଇଁ ଜାହାଜ ଦେଖିବା ସ୍ବପ୍ନ ହେଇଯାଇଛି।

ଛାତ୍ରଛାତ୍ରୀଙ୍କୁ ପାଣି ଜାହାଜ ବାବଦରେ ସଚେତନତା କରିବା ପାଇଁ ଶ୍ରେଣୀଗୃହଗୁଡିକୁ ଜାହାଜରେ ଚିତ୍ରଣ କରାଯାଇଛି । ରାଜ୍ୟ ସରକାରଙ୍କର ସର୍ବଶିକ୍ଷା ଅଭିଯାନର ଏହି ଯୋଜନା ମାଧ୍ୟମରେ ଏହା ପ୍ରସ୍ତୁତହୋଇଛି । ଏହି ଜାହାଜର ଛବିଦେଖି ଛାତ୍ରଛାତ୍ରୀମାନେ ସାମ୍ୟକ ଧାରଣାପାଇ ପାରିବେ ଏବଂ ଏହାଦ୍ବାରା ଛାତ୍ର ଛାତ୍ରୀଙ୍କ ବିଦ୍ୟାଳୟକୁ ଆସିବାକୁ ମନ ହେବ ବୋଲି ପ୍ରଧାନଶିକ୍ଷକ ମତ ରଖିଛନ୍ତି । ରାଜ୍ୟ ସରକାର ଏହି ଦୁର୍ଗମ ମାଓ ପ୍ରଭାବିତ ଅଞ୍ଚଳ ରେ ଶିକ୍ଷାର ବ୍ୟବସ୍ଥା କିପରି ସୁଦୃଢ କରାଯାଇ ପାରିବ, ସେଥିପାଇଁ ନାନାଦି ଯୋଜନା ମାଧ୍ୟମରେ ଛାତ୍ର ଛାତ୍ରି ଙ୍କୁ ପାଠ ପଢ଼ିବା ପାଇଁ କିପରି ଉତ୍ସାହିତ କରୁଛନ୍ତି,ଏହା ତାହାର ଏକ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେ ବର୍ତମାନ କିନ୍ତୁ ଏହି କୁନି କୁନି ପିଲାଏ ଏହି କୁତ୍ରିମ ଜାହାଜ କୁ ଦେଖି ବେସ ଖୁସି ଅନୁଭବ କରୁଛନ୍ତି ଓ ସୁଲ୍ ଯିବା ପାଇଁ ଆଗ୍ରହ କରୁଛନ୍ତି।

Get real time updates directly on you device, subscribe now.