fbpx
BSKY
BJD MC SKY
BJD YOUTH SKY

ଦୁଇ ସନ୍ତାନର ମା’ଙ୍କୁ ଧରି ଚମ୍ପଟ୍ ମାରୁଥିଲେ ଯୁବକ, ପହଞ୍ଚିଗଲା ପୋଲିସ; ଆଉ ତା’ ପରେ…

ନିମାପଡା (ଭାସ୍କର ନ୍ୟୁଜ୍‌): ଯୁବକଙ୍କ ପ୍ରେମରେ ପଡି ଧରାପଡିଲେ ୨ଟି ସନ୍ତାନ ଜନନୀ। ପ୍ରେମିକ ଜିଦ୍ ଧରିବାରୁ ଘରେ ଛୁଆଁକୁ ଛାଡ଼ି ଚମ୍ପଟ୍ ମାରିବାକୁ ଯୋଜନା କରିଥିଲେ ମହିଳା। କିନ୍ତୁ ଫେରାର ହେବା ଘଟଣା ଜଣାପଡ଼ି ଯାଇଥିଲା। ଫଳରେ ମହିଳା ଓ ଯୁବକଙ୍କୁ ଫେରାର ସମୟରେ ଧରିଥିଲା ପୋଲସ୍। ତେବେ ଯୁବକଙ୍କୁ ବାପା ପୁଅକୁ ଘରେ ପୁରାଇ ଦେବେ ନାହିଁ ବୋଲି ଜଗି ବସିଥିବା ବେଳେ ଉଭୟଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଏହି ଘଟଣା ନିମାପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁଯାୟୀ ଅରିଷଣ୍ଢ ପଞ୍ଚାୟତ ଏକ ଗ୍ରାମର ଗୁଡିଆ ସଂପ୍ରଦାୟର ଜୈନକ ୪୦ ବର୍ଷିୟା ମହିଳାଙ୍କ ସ୍ୱାମୀ ବାହାରେ ରହି କମ୍ପାନୀରେ କାର୍ଯ୍ୟ କରନ୍ତି । ସେହି ଗ୍ରାମର ୨୪ ବର୍ଷିୟ ବ୍ରାହ୍ମଣ ସଂପ୍ରଦାୟର ଯୁବକ ସହିତ ମହିଳାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମହିଳା ଓ ଯୁବକ ଅସଂଜତ ଅବସ୍ଥାରେ ଥିବା ବେଳେ ମହିଳାଙ୍କ ଶାଶୁ ଘର ଲୋକ ଏହା ଦେଖିଥିଲୋ ପରେ ଯୁବକ ମହିଳାଙ୍କୁ ଧରି ଫେରାର ହେବା ସମୟରେ ସୂଚନା ପାଇ ନିମାପଡା ଥାନା ପୋଲିସ୍‌ ଅଟକ ରଖିଛି । ମହିଳାଙ୍କ ଦୁଇଟି ସନ୍ତାନ ରହିଅଛି । ଯୁବକ ଜଣକ ଅବିବାହିତ ଥିବା ଜଣାପଡିଛିା ଥାନାରେ ଯୁବକ ଜିଦ୍‌ ଧରିଛନ୍ତି ମହିଳାଙ୍କୁ ବିବାହ କରିବା ପାଇଁ । ଯୁବକଙ୍କୁ ଘରେ ପୁରାଇ ଦେବି ନାହିଁ ବୋଲି ତାଙ୍କର ବାପା ଜଗି ବସିଛନ୍ତି ।

Get real time updates directly on you device, subscribe now.