fbpx
BJD SKY
BJD SKY

IED ବିସ୍ଫୋରଣରେ ୨ ସିଆରପିଏଫ୍ ଯବାନ ଆହତ

BJD

ନୂଆଦିଲ୍ଲୀ: ଛତିଶଗଡର ବିଜାପୁର ନିକଟ କୋଡେପାଲରେ ହୋଇଛି ଆଇଇଡି ବୋମା ବିସ୍ଫୋରଣ । ଏହି ଅଘଟଣରେ ୨ ଜଣ ସିଆରପିଏଫ୍ ଯବାନ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏହି ୨ ଯବାନ ବାଲାକିଶନ ଓ ସନିଦୁଲ ଇସଲାମ ୧୭୦ ବାଟାଲିୟନର ଯବାନ ବୋଲି ସୂଚନା ମିଳିଛି । ୨ ଜଣଙ୍କ ମଧ୍ୟରେ ଜଣେ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୋଦକପାଲ ଥାନା କ୍ଷେତ୍ରରେ ଘଟିଛି ବିସ୍ଫୋରଣ ।
ଘଟଣାସ୍ଥଳରେ ଅନ୍ୟ ସୁରକ୍ଷାକର୍ମୀ ମଧ୍ୟ ମହଜୁଦ ଥିଲେ । ନକ୍ସଲଙ୍କ ଦ୍ବାରା ଏହି ଆକ୍ରମଣ ହୋଇଥିବା କୁହାଯାଇଛି ।ପୋଲିସର ଅପରେସନ ଜାରି ରହିଥିବାରୁ ଏମାନେ ବିସ୍ଫୋରଣ କରିପାରୁନଥିଲେ । ତେବେ ଆଜି ଏହି ବିସ୍ଫୋରଣ ମାଧ୍ୟମରେ ସେମାନେ ନିଜର ଉପସ୍ଥିତି ଜାହିର କରିଛନ୍ତି । କିନ୍ତୁ ଏହାର ଜବାବ ଦେବା ପାଇଁ ସ୍ଥାନୀୟ ପୋଲିସ ଉଦ୍ୟମ ଜାରି ରଖିଛି । ଲଗାତାର ଭାବେ ଏହି ଅଞ୍ଚଳରୁ ନକ୍ସଲଙ୍କୁ ଗିରଫ ମଧ୍ୟ କରାଯାଉଛି । ଏହାବ୍ୟତୀତ କିଛି ନକ୍ସଲ ଆତ୍ମସମର୍ପଣ କରି ସମାଜର ମୁଖ୍ୟଧାରାରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.