fbpx

ୱେୟାର ହାଉସରେ ନିଆଁ ଲାଗି ୨ ଜୀବନ୍ତ ଦଗ୍ଧ: ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

Advertisement

ନୂଆଦିଲ୍ଲୀ: ଏକ ୱେୟାର ହାଉସରେ ନିଆଁ ଲାଗି ୨ ଜୀବନ୍ତ ଦଗ୍ଧ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମହାରଷ୍ଟ୍ରର ଥାଣେ ଜିଲ୍ଲାରେ । ଥାନେର ଭିୱାଣ୍ଡି ସହରରେ ଥିବା ଏକ କଟନ ୱେୟାର ହାଉସରେ ଏହି ଘଟଣା ଘଟିଛି ।

ଗତକାଲି ବିଳମ୍ବିତ ରାତିରେ ହଠାତ୍ ଏହି ୱେୟାର ହାଉସରେ ନିଆଁ ଲାଗିଯାଇଥିଲା । ତେବେ ଭିତରେ ଥିବା ଦୁଇ ଜଣ ବ୍ୟକ୍ତି ବାହାରକୁ ଆସି ପାରି ନଥିଲେ । ଫଳରେ ନିଆଁରେ ପୋଡ଼ି ହୋଇ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ଯୁବକ ହୋଇଥିବା ସନ୍ଦେହ କରାଯାଉଛି ।

ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ ଚଳାଇଛି।

Get real time updates directly on you device, subscribe now.