fbpx

ବିନା ପରୀକ୍ଷାରେ SBIରେ ମ୍ୟାନେଜର ହେବାର ସୁବର୍ଣ୍ଣ ସୁଯୋଗ: ଦରମା ୭୮୦୦୦ ରୁ ଅଧିକ, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ଗ୍ରାଜୁଏଟ୍ ଏବଂ ଏକ ବ୍ୟାଙ୍କରେ ମ୍ୟାନେଜର ଚାକିରି (ସରକାରୀ ଚାକିରି) ଖୋଜୁଛନ୍ତି, ତେବେ ଏସବିଆଇରେ ରହିଛି ସୁବର୍ଣ୍ଣ ସୁଯୋଗ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ୭ ନଭେମ୍ବରରୁ ଡେପୁଟି ମ୍ୟାନେଜର (ସିକ୍ୟୁରିଟି / ମ୍ୟାନେଜମେଣ୍ଟ (ସିକ୍ୟୁରିଟି)) ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି ।

ସମସ୍ତ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏସବିଆଇର ଅଫିସିଆଲ୍ ୱେବସାଇଟ୍ sbi.co.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ ।

ଏହି ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ ମୋଟ ୪୨ ଟି ପଦବୀ ପୂରଣ ହେବ । ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା କୌଣସି ପ୍ରାର୍ଥୀ ୨୭ ନଭେମ୍ବର କିମ୍ବା ପୂର୍ବରୁ ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକରେ ନିଯୁକ୍ତି ଇଣ୍ଟରଭ୍ୟୁ ଏବଂ ଡକ୍ୟୁମେଣ୍ଟ ଯାଞ୍ଚ ମାଧ୍ୟମରେ କରାଯିବ । ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରୁଛନ୍ତି, ସର୍ବପ୍ରଥମେ ସେମାନେ ବୟସ ସୀମା, ଯୋଗ୍ୟତା, ଆବେଦନ ପ୍ରକ୍ରିୟା, ଦରମା ଏବଂ ଶିକ୍ଷାଗତ ଯୋଗ୍ୟତା ପରି ସମସ୍ତ ବିବରଣୀ ବିଷୟରେ ଜାଣିବା ଉଚିତ୍ ।

ପଦବୀ :-
ଡେପୁଟି ମ୍ୟାନେଜର୍ (ସିକ୍ୟୁରିଟି) / ମ୍ୟାନେଜମେଣ୍ଟ (ସିକ୍ୟୁରିଟି) ର ୪୨ ଟି ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ଡ୍ରାଇଭ୍ ଚାଲିଛି ।

ଫର୍ମ ପୂରଣ ପାଇଁ ବୟସ ସୀମା :-
ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ସେମାନଙ୍କର ସର୍ବନିମ୍ନ ବୟସ ୨୫ ଏବଂ ସର୍ବାଧିକ ବୟସ ୪୦ ବର୍ଷ ହେବା ଉଚିତ୍ ।

ଯୋଗ୍ୟତା:-
ପ୍ରାର୍ଥୀମାନେ ସରକାରୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଯେକୌଣସି ବିଷୟରେ ଗ୍ରାଜୁଏଟ୍ ହୋଇଥିବା ଆବଶ୍ୟକ ।

ଆବେଦନ ଶୁଳ୍କ :-
ସାଧାରଣ / ଇଡବ୍ଲୁଏସ / ଓବିସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୭୫୦ ଟଙ୍କା ଥିବାବେଳେ ଏସସି / ଏସଟି / ପିଡବ୍ଲୁବିଡି ପ୍ରାର୍ଥୀମାନେ ଆବେଦନ ଶୁଳ୍କରୁ ମୁକ୍ତ ।

ଏହିପରି ଆବେଦନ କରନ୍ତୁ :-
-ଏସବିଆଇର ଅଫିସିଆଲ୍ ୱେବସାଇଟ୍ sbi.co.inକୁ ଯାଆନ୍ତୁ ।
-ହୋମପେଜରେ ଡେପୁଟି ମ୍ୟାନେଜର୍ (ସିକ୍ୟୁରିଟି) / ମ୍ୟାନେଜର୍ (ସିକ୍ୟୁରିଟି) ପାଇଁ ଆବେଦନ କରନ୍ତୁ ।
-ପଞ୍ଜିକରଣ କରନ୍ତୁ ଏବଂ ତାପରେ ଆବେଦନ କରିବାକୁ ଲଗଇନ୍ କରନ୍ତୁ ।
-ଆବେଦନ ଫର୍ମ ପୁରଣ କରନ୍ତୁ ।
-ଆବେଦନ ଫିସ ଦିଅନ୍ତୁ ।
-ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ।
-ଭବିଷ୍ୟତର ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢ଼ନ୍ତୁ ।

Get real time updates directly on you device, subscribe now.