fbpx
BSKY
BJD MC SKY
BJD YOUTH SKY

୨-ଡିଜି ଔଷଧର ବ୍ୟବସାୟିକ ଲଞ୍ଚ ଘୋଷଣା

ନୂଆଦିଲ୍ଲୀ: ଡିଆରଡିଓ ଏବଂ ଡ.ରେଡ୍ଡୀ ଲ୍ୟାବ ଦ୍ୱାରା ତିଆରି କରାଯାଇଥିବା କରୋନା ଔଷଧ ୨-ଡିଜିର ବ୍ୟବସାୟିକ ବିକ୍ରି ଘୋଷଣା କରିଛି ଡ.ରେଡ୍ଡୀ ଲ୍ୟାବ  । ୧ ଜୁନ୍ରେ ଡିଆରଡିଓ ତରଫରୁ କୁହାଯାଇଥିଲା କରୋନା ଭାଇରସ ରୋଗୀଙ୍କ ଉପଚାର ପାଇଁ ଏହି ଔଷଧର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ଏହାପର ଠାରୁ ଔଷଧ କିଛି ନିର୍ଦ୍ଦିଷ୍ଟ ହସ୍ପିଟାଲରେ ମଧ୍ୟ ବ୍ୟବହାର କରାଯାଉଥିଲା । କିନ୍ତୁ ଏବେ ଏହି ଔଷଧକୁ ସରକାରୀ ସହ ବେସରକାରୀ ହସ୍ପିଟାଲକୁ ବିକ୍ରି କରାଯିବ । ଲ୍ୟାବ ଆହୁରି ମଧ୍ୟ କହିଛି ଖୁବଶୀଘ୍ର ଭାରତର ପ୍ରମୁଖ ସରକାରୀ ହସ୍ପିଟାଲ ଏବଂ ବେସରକାରୀ ହସ୍ପିଟାଲରେ ଏହାର ଯେଗାଣ କରାଯିବ ।

ଏହି ଔଷଧର ଗୋଟିଏ ପାଉଚର ଦାମ ୯୯୦ ଟଙ୍କା ରଖାଯାଇଛି । ଏହି ଦରରେ ସରକାରୀ ସଂସ୍ଥାନଗୁଡ଼ିକୁ ଦିଆଯିବ । ଏହାର ଦାମକୁ ନେଇ ପୂର୍ବରୁ ବିବୃତି ରଖାଯାଇଥିଲା ଏବଂ କୁହାଯାଇଥିଲା ଏହାର ଦରକୁ ଏଭଳି ରଖାଯିବ ଯାହଦ୍ୱାରା ଏହା ସମସ୍ତଙ୍କୁ ସୁହାଇବ । ୨ଡିଜିକୁ ଇନଷ୍ଟିଚ୍ୟୁଟ ଅଫ ନ୍ୟୁକ୍ଲିୟର ମେଡିସିନ ଆଣ୍ଡ୍ ଆଲାଏଡ୍ ସାଇନ୍ସ (ଆଇଏନଏମଏଏସ) ଦ୍ୱାରା ବିକଶିତ କରାଯାଇଛି । ଡିଆରଡିଓ ଅଧ୍ୟକ୍ଷ ଜୀ ସତୀଶ ରେଡ୍ଡୀ କହିଛନ୍ତି ତାଙ୍କୁ ହାଇଦ୍ରାବାଦ ରେ ଡ. ରେଡ୍ଡୀ ଲ୍ୟାବ ସହ କାମ କରିବା ଖୁସିର କଥା  । ସେ ଆହୁରି କହିଛନ୍ତି ଡିଆଡିଓ କରୋନା ଲଢ଼େଇରେ ଲଗାତାର ଯୋଗାଦାନ ଦେଉଛି ।

Get real time updates directly on you device, subscribe now.