fbpx

ନିର୍ମଳାଙ୍କ ମେଗା ଆର୍ଥିକ ପ୍ୟାକେଜ୍: ୧.୧ ଲକ୍ଷ କୋଟିର ଆର୍ôଥକ ପ୍ୟାକେଜ୍, ୫ ଲକ୍ଷ ମାଗଣା ପର୍ଯ୍ୟଟକ ଭିସା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଆଉ ଏକ ଅର୍ଥନୈତିକ ପ୍ୟାକେଜ୍ ସମ୍ପର୍କରେ ଘୋଷଣା କରିଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ମେ ମାସରୁ ନଭେମ୍ବର ମାସ ଯାଏଁ ମାଗଣା ଚାଉଳ ଓ ଗହମ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଥିବା ବେଳେ ସୋମବାର କରାଯାଇଥିବା ଘୋଷଣାରେ ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନକୁ ପ୍ରାଧାନ୍ୟ ଦିଆଯାଇଛି । ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୫ ଲକ୍ଷ ମାଗଣା ଭିସା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପଞ୍ଜୀକୃତ ହୋଇଥିବା ୧୧ ହଜାର ଟୁରିଷ୍ଟ ଗାଇଡଙ୍କୁ ଆର୍ଥିକ ସହାୟତା ପାଇଁ ନିଷ୍ପତ୍ତି ନିଆଯାଇଛି । କରୋନାରେ ପ୍ରଭାବିତ ହୋଇଥିବା କ୍ଷେତ୍ର ପାଇଁ ୧.୧ ଲକ୍ଷ ଟଙ୍କାର ଋଣ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଛନ୍ତି ସରକାର । ଏହା ମଧ୍ୟରେ ୫୦ ହଜାର କୋଟି ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଏବ୦ ୬୦ ହଜାର କୋଟି ଅନ୍ୟାନ୍ୟ ସେକ୍ଟର ପାଇଁ ଘୋଷଣା କରାଯାଇଛି । ୮ ମେଟ୍ରୋ ପଲିଟାନ ସହରର ସ୍ୱାସ୍ଥ୍ୟସେବାକୁ ଛାଡି ଅନ୍ୟ ସମସ୍ତ ରାଜ୍ୟ ପାଇଁ ଏହି ଅର୍ଥରାଶି ଘୋଷଣା କରାଯାଇଛି । କୌଣସି ପ୍ରକଳ୍ପର ଅଭିବୃଦ୍ଧି ପାଇଁ ୫୦ ଓ ନୂତନ ପ୍ରକଳ୍ପ ପାଇଁ ୭୫ ପ୍ରତିଶତ ଅର୍ଥ ଋଣ ଦେବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ସର୍ବାଧିକ ୧୦୦ କୋଟି ପର୍ଯ୍ୟନ୍ତ ଋଣ ୩ ବର୍ଷ ଯାଏଁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହି ଋଣ ମାତ୍ର ୭.୯୫ ପ୍ରତିଶତର ସୁଧରେ ପ୍ରଦାନ କରାଯାଇଥାଏ । ଏହା ସହିତ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଋଣ ପରିମାଣ ସମାନ ରହିଥିବା ବେଳେ ସୁଧହାର ୮.୨୫ ପ୍ରତିଶତ ରହିଛି ।

ମେ ମାସରୁ ମାଗଣା ରାସନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପ୍ରଥମ ଲକଡାଉନରେ ୯୩ ହଜାର ୮୬୯ କୋଟିର ମାଗଣା ରାସନ ପ୍ରଦାନ କରାଯାଇଥିବା ବେଳେ ଚଳିତ ନଭେମ୍ବର(ଦୀପାବଳି) ପର୍ଯ୍ୟନ୍ତ ଦିଅଯିବାକୁ ଥିବା ମାଗଣା ରାସନ ପାଇଁ କେନ୍ଦ୍ର ସରକାର ୨୨୭୮୪୧ କୋଟି ଟଙ୍କା ବ୍ୟୟର ଲକ୍ଷ୍ୟ ରଖିଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୫୦ ହଜାର କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ୨୩୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ବିଗତ ବର୍ଷର ପ୍ୟାକେଜରେ ୧୫ ହଜାର କୋଟିର ଅର୍ଥରାଶି ମଞ୍ଜୁର କରାଯାଇଥିଲା । ବିଗତ ବର୍ଷରେ ୯୯୫୪ଟି କୋଭିଡ୍ କେୟାର ସେଣ୍ଟର ଏବଂ ୭୯୨୯ଟି କୋଭିଡ୍ ହେଲ୍ଥ କେୟାର ସେଣ୍ଟର ନିର୍ମାଣ କରାଯାଇଛି । ଦେଶରେ ଅକ୍ସିଜେନ୍ ବେଡ ସଂଖ୍ୟା ୭.୫ ଗୁଣା ବଢିଥିବା ବେଳେ ଆଇସୋଲେସନ୍ ବେଡ ସଂଖ୍ୟାରେ ୪୨ ଗୁଣ ଏବଂ ଆଇସିୟୁ ବେଡ ସଂଖ୍ୟାରେ ୪୫ ଗୁଣ ବୃଦ୍ଧି ଘଟିଛି । ଚଳିତ ପ୍ୟାକେଜରେ ଘୋଷଣା କରାଯାଇଥିବା ଅର୍ଥରାଶି ସ୍ୱାସ୍ଥ୍ୟ କ୍ଷେତ୍ରରେ ମାନବ ସମ୍ବଳର ବିକାଶରେ ଖର୍ଚ୍ଚ କରାଯିବ । ଏହା ସହିତ ଜରୁରୀ କାଳୀନ ସେବା, ଅମ୍ଳଜାନ ଯୋଗାଣ ଏବଂ ଆମ୍ବୁଲାନ୍ସ ସେବାରେ ଏହି ଅର୍ଥ ଖର୍ଚ୍ଚ କରାଯିବ । ଉତ୍ତର ପୂର୍ବୀୟ ରାଜ୍ୟ ମାନଙ୍କରେ କୃଷିର ବିକାଶ ପାଇଁ ୭୭.୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

Get real time updates directly on you device, subscribe now.