fbpx

୨ ଲାଞ୍ଚୁଆ ସରକାରୀ କର୍ମଚାରୀ ନିଲମ୍ବିତ

ନୟାଗଡ,୨୩ ।୧୨(ଓଡିଶା ଭାସ୍କର): ନୟାଗଡ ଜିଲ୍ଲାର ୨ ଲାଞ୍ଚୁଆ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଖଣ୍ଡପଡା ତହସିଲ କିରାଣି ଦିଗମ୍ବର ମହାନ୍ତି ଓ ସଦର ବ୍ଲକ ଖୁଣ୍ଟୁବନ୍ଧ ପିଇଓ ମନୋରମା ଜେନାଙ୍କୁ ନିଲମ୍ବନ କରାଯାଇଛି । ତେବେ ଦିଗମ୍ବର ଲାଞ୍ଚ ନେଇ ପୂର୍ବରୁ ୨ ଥର ଭିଜିଲାନ୍ସ ହାତରେ ଧରାପଡିଥିଲେ । ଅନ୍ୟପଟେ ପିଇଓ ମନୋରମା ଆବାସ ଯୋଜନାରେ ଅଯୋଗ୍ୟଙ୍କୁ ସାମିଲ କରାଇବାରୁ ନିଲମ୍ବିତ ହୋଇଛନ୍ତି । ଉଭୟଙ୍କୁ ନିଲମ୍ବନ କରିଛନ୍ତି ନୟାଗଡ ଜିଲ୍ଲାପାଳ ପୋମା ଟୁଡୁ ।

Get real time updates directly on you device, subscribe now.