fbpx

ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବେତନଟି(ଓଡ଼ିଶା ଭାସ୍କର): ଗଛରୁ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବେତନଟି ଥାନା ଭୋଦୁଶୋ ଗାଁର କେନାଲ୍ ନିକଟରେ ଥିବା ଏକ ଗଛରୁ ମୃତଦେହ ମିଳିଛି । ମୃତ ନାବାଳିକର ବୟସ ୧୬ ଓ ନାବାଳିକାଙ୍କ ବୟସ ୧୪ ବର୍ଷ ହୋଇଥିବା ଜଣାପଡ଼ିଛି । ଉଭୟେ ଭୋଦୁଶାଳ ଗାଁର ହୋଇଥିବା ବେଳେ ସମ୍ପର୍କରେ ସେମାନେ ଭାଇଭଉଣୀ ବୋଲି କୁହାଯାଉଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.