fbpx

ଆବୁଧାବି ଡ୍ରୋନ୍ ଆକ୍ରମଣ ଘଟଣା: ୨ ଭାରତୀୟ ମୃତ, ୬ ଗୁରୁତର

AAKASH

ଆବୁଧାବି ଏୟାରପୋର୍ଟ ନିକଟରେ ଡ୍ରୋନ୍ ଆକ୍ରମଣ ଘଟଣା । ଏୟାରପୋର୍ଟ ନିକଟରେ ଥିବା ୩ଟି ତେଲ ଟ୍ୟାଙ୍କର ଉପରେ ଆକ୍ରମଣ ଫଳରେ ୨ ଭାରତୀୟଙ୍କ ସହ ଜଣେ ପାକିସ୍ତାନୀଙ୍କ ମୃତ୍ୟୁ ହୋଇଛି, ଏହା ସହ ୬ ଜଣ ଗୁରୁତର ମଧ୍ୟ ରହିଛନ୍ତି । ସୋମବାର ଆବୁଧାବି ଏୟାରପୋର୍ଟ ନିକଟରେ ୩ଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ କରିଥିଲା । ବିସ୍ଫୋରଣ ପରେ ତେଲ ଟ୍ୟାଙ୍କରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା ।

ଡ୍ରୋନ୍ ଆକ୍ରମଣରେ ତିନୋଟି ଟ୍ୟାଙ୍କରରେ ବିସ୍ଫୋରଣ ଏବଂ ବିମାନବନ୍ଦର ସାମାନ୍ୟ ଅଗ୍ନିକାଣ୍ଡ ଘଟିଥିବା ନେଇ ପୋଲିସ୍ ସ୍ପଷ୍ଟ କରିଛି । ଆବୁଧାବି ପୋଲିସ କହିଛି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ବିସ୍ପୋରଣ ସ୍ଥାନରେ ଦୁଇଟି ଡ୍ରୋନ୍ ମିଳିଛି ଏହି ଡ୍ରୋନ ଦ୍ୱାରା ହିଁ ବିସ୍ଫୋରଣ ଘଟିଥାଇପାରେ ବୋଲି କହିଛି ପୋଲିସ । ସେପଟେ ଏହି ଘଟଣା ପାଇଁ ୟେମେନ ର ହାଉତି ସଂଗଠନ ନିଜକୁ ଦାୟୀ କରିଛି ।

Get real time updates directly on you device, subscribe now.