fbpx
BSKY
BJD SHG SKY
BJD YOUTH SKY

ଜାନୁୟାରୀ ୨୬ ପୂର୍ବରୁ ହାଇ ଆଲର୍ଟରେ ଦିଲ୍ଳୀ: ଘାଜିପୁର ସୀମାରୁ ଜବତ ହେଲା ଟାଇମର ଲଗା IED ବିସ୍ଫୋରକ

ନୂଆଦିଲ୍ଳୀ: ଜାନୁୟାରୀ ୨୬ ବା ସାଧାରଣ ତନ୍ତ୍ର ଦିବସକୁ ଆଉ ମାତ୍ର ୯ ଦିନ ବାକି ରହିଛି । ଏହି ସମୟରେ ଦିଲ୍ଲୀର ଘାଜିପୁରରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ଘାଜିପୁରର ଫୁଲ ବଜାରରୁ ଏନଏସଜି ଏହି ବିସ୍ଫୋରକ ଜବତ କରାଯିବା ପରେ ରାଜଧାନୀ ନୂଆଦିଲ୍ଲୀରେ ହାଇ ଆଲର୍ଟ ଦେଖାଦେଇଛି । ଜାନୁୟାରୀ ୧୪ ତାରିଖରେ ଏହି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା ।

ଅତ୍ୟାଧୁନିକ ଆଇଡି ବିସ୍ଫୋରକରେ ବ୍ୟବହାର କରାଯାଉଥିବା ଆମୋନିୟମ ନାଇଟ୍ରେଟ ଏହି ବମରେ ରହିଥିଲା । ଏହା ସହିତ ଏହି ବୋମାଟି ଟାଇମର ଦ୍ୱାରା ନିୟନ୍ତ୍ରିତ ଥିଲା । ଏନଏସଜି କମାଣ୍ଡୋ ଏବଂ ଦିଲ୍ଲୀ ପୋଲିସ ପକ୍ଷରୁ ମିଳିତ ଭାବରେ ଏହି ବୋମାକୁ ନିଷ୍କ୍ରିୟ କରାଯାଇଥିଲା । ସମୁଦାୟ ୩ କିଗ୍ରା ବିସ୍ଫୋରକ ଉଦ୍ଧାର ହୋଇଥିବା ବେଳେ ଘାଜିପୁର ବର୍ଡର ଦେଇ ଏହାକୁ ଦିଲ୍ଲୀ ପରିବହନ କରାଯାଉଥିବା ସନ୍ଦେହ କରାଯାଉଛି । ଏହି ଘଟଣା ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.