fbpx

Cryptocurrency କଲା ମାଲାମାଲ, ସପ୍ତାହରେ ୧୦୦୦ ଟଙ୍କା ହେଲା ୩୦୦୦ କୋଟି

ବର୍ତ୍ତମାନ ସମୟରେ କ୍ରିପ୍ଟୋକରେନ୍ସସିର ଚାହିଦା ବଢ଼ିବାରେ ଲାଗିଛି । ଗୋଟିଏ ପଟେ ବିଟକଏନ, ଇଥେରମ ଭଳି ଲୋକପ୍ରିୟ କ୍ରିପ୍ଟୋକରେନ୍ସି ଥିବାବେଳେ ଅନ୍ୟପଟେ ମୀମକଏନ ଏବଂ ଅଲ୍ଟ୍ରାକଏନର ଚର୍ଚ୍ଚା ମଧ୍ୟ ରହିଛି । ଏହାରି ମଧ୍ୟରେ ଏବେ ଏକ ନୂଆ କ୍ରିପ୍ଟୋକରେନ୍ସି ଆସିଛି ଯାହା ଭଲ ରିଟର୍ଣ୍ଣ ଦେଉଥିବା ନେଇ କୁହାଯାଉଛି । ତେବେ ଏହି ନୂଆ କ୍ରିପ୍ଟୋକରେନ୍ସିର ନାମ ହେଉଛି ଏକତା (Ekta Token) । ଏହି ନୂଆ ଟୋକନ୍ ଗତ ସାତ ଦିନ ମଧ୍ୟରେ ୨.୩ ଅରବ ପ୍ରତିଶତ ବୃଦ୍ଧି ପାଇଛି ।

କଏନମାର୍କେଟକ୍ୟାପ୍ ରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ଏକତା ଟୋକନ ମୂଲ୍ୟ ସାତ ଦିନ ପୂର୍ବରୁ ୦.୦୦୦୦୦୦୦୧୩୯୬ ଡଲାର ରହିଥିଲା ଯାହା ଏକ ସପ୍ତାହ ମଧ୍ୟରେ ୨,୮୯୩,୨୬୬,୩୭୬ ପ୍ରତିଶତ ବୃଦ୍ଧି ପାଇଛି । ଏହାର ଅର୍ଥ ହେଉଛି ଏକ ସପ୍ତାହ ତଳେ ଯଦି କେହି ଏହି ଟୋକନରେ ୧୦୦୦ ଟଙ୍କା ଲଗାଇଥାନ୍ତି ତେବେ ତାଙ୍କ ଇନଭେଷ୍ଟମେଣ୍ଟ ଏବେ ବଢ଼ି ୨,୯୮୯ କୋଟି ହୋଇସାରିଥିବ ।

ଅବଶ୍ୟ ଏହି ଟୋକନର କ୍ରିପ୍ଟୋମାର୍କେଟରେ ଭାଗିଦାର କମ୍ ରହିଛି । ବର୍ତ୍ତମାନ ଏହାର ମାର୍କେଟକ୍ୟାପ୍ ୫୦ ଲକ୍ଷ ଡଲାରରୁ କମ୍ ରହିଛି । ଏବେ ଏହା ନିକଟରେ ୧୨,୦୯୭,୯୨୪  ଟୋକନ ରହିଛି । ରିପୋର୍ଟ ଅନୁଯାୟୀ ଏହାର ଅଧିକରୁ ଅଧିକ ୪୨୦,୦୦୦,୦୦୦ ଟୋକନର ସପ୍ଲାଏ ହୋଇପାରେ ।

Get real time updates directly on you device, subscribe now.