fbpx
BJD SKY
BJD SKY

କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ପାଇଁ ନିର୍ବାଚନ ସଂଯୋଜକ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ମାସ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିଲା । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଅନେକ ନେତା ଦଳ ଛାଡ଼ୁଥିବା ଦେଖାଯାଉଛି ।

ତେବେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ନିକଟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଂଗଠନରେ ଅନେକ ନୂଆ ନେତାଙ୍କୁ ନିଯୁକ୍ତି ଦେଇଥିବା ପୁଣି ଜଣେ ନେତାଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି । ଚଳିତ ଥର ନବୀନ କଣ୍ଟାବାଞ୍ଜି ଓ ହିଞ୍ଜିଳି ଦୁଇଟି ଆସନରୁ ଲଢ଼ୁଥିବାରୁ ଏହି ଆସନମାନଙ୍କରେ ବିଜେଡି ତା’ର ସଂଗଠନକୁ ମଜବୁତ କରିବାକୁ ପ୍ରୟାସ କରୁଛି । ବିଜୁ ଯୁବ ଜନତା ଦଳର କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରର ନିର୍ବାଚନ ସଂଯୋଜକ ଭାବେ ପ୍ରିତମ ମେହେରଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ । ଆଗକୁ ସୁପ୍ରିମୋ ବିଭିନ୍ନ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ଅନେକ ନେତାଙ୍କୁ ଦାୟିତ୍ୱ ଦେଇପାରନ୍ତି ।

Get real time updates directly on you device, subscribe now.