fbpx
BJD SKY
BJD SKY

ବ୍ରାଜିଲରେ ଭୟଙ୍କର ବିପର୍ଯ୍ୟୟ; ପ୍ରବଳ ବର୍ଷା ଯୋଗୁଁ ୩୭ମୃତ, ୭୪ନିଖୋଜ…ଉଦ୍ଧାର କାର୍ଯ୍ୟ ଜାରି

BJD

ନୂଆଦିଲ୍ଲୀ: ବ୍ରାଜିଲର ଦକ୍ଷିଣ ରାଜ୍ୟ ରିଓ ଗ୍ରାଣ୍ଡେ ଡୋ ସୁଲରେ ଶୁକ୍ରବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି ପାଇଥିବା ବେଳେ ୭୪ ଜଣ ନିଖୋଜ ଅଛନ୍ତି। ଅଧିକାରୀମାନେ ଏହାକୁ ଇତିହାସର ସବୁଠାରୁ ଭୟଙ୍କର ବିପର୍ଯ୍ୟୟ ବୋଲି କହୁଛନ୍ତି । ବ୍ରାଜିଲର ଦକ୍ଷିଣ ରାଜ୍ୟ ରିଓ ଗ୍ରାଣ୍ଡେ ଡୋ ସୁଲ ପ୍ରବଳ ବର୍ଷା ଓ ଭୂସ୍ଖଳନର ଭୟଙ୍କର ପ୍ରଭାବ ଦେଖିବାକୁ ମିଳୁଛି।

ସୂଚନା ଅନୁସାରେ ଏବେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି ଏବଂ ଭୁଶୁଡ଼ି ପଡ଼ିଥିବା ଘର, ପୋଲ ଓ ରାସ୍ତାର ଭଗ୍ନାବଶେଷ ମଧ୍ୟରେ ଫସି ରହିଥିବା ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ମାନେ କଠିନ ପରିଶ୍ରମ କରୁଛନ୍ତି। ରାଜ୍ୟପାଳ ଏଡୁଆର୍ଡୋ ଲେଇଟ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଆମେ ଆମ ଇତିହାସର ସବୁଠାରୁ ଭୟଙ୍କର ବିପର୍ଯ୍ୟୟର ମୁକାବିଲା କରୁଛୁ। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି ବୋଲି ରାଜ୍ୟପାଳ ଦୁଃଖ ପ୍ରକାଶ କରିଛନ୍ତି।

ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ଗୁରୁବାର ରାଜ୍ୟ ଗସ୍ତରେ ଆସି ସ୍ଥାନୀୟ ଅଧିକାରୀମାନଙ୍କୁ ଭେଟି ସମର୍ଥନ ଜଣାଇଛନ୍ତି। ଏହି ବର୍ଷା ରେ ପ୍ରଭାବିତ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମ ସରକାର ଯଥାସମ୍ଭବ ଚେଷ୍ଟା କରିବେ । ଏଜେନ୍ସି କହିଛି ଯେ ବର୍ଷା ଯୋଗୁଁ ୧୦,୦୦୦ରୁ ଅଧିକ ଲୋକ ସେମାନଙ୍କ ଘର ଛାଡିବାକୁ ବାଧ୍ୟ ହୋଇଛନ୍ତି। ସୋମବାରଠାରୁ ଆରମ୍ଭ ହୋଇଥିବା ବର୍ଷା ଜାରି ରହିବାର ସମ୍ଭାବନା ରହିଛି।

Get real time updates directly on you device, subscribe now.