fbpx
BJD SKY
BJD SKY

ପୁରୀ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଟିକେଟ୍ ଫେରାଇଲେ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ମାସ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିଲା । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଅନେକ ନେତା ଦଳ ଛାଡ଼ୁଥିବା ଦେଖାଯାଉଛି ।

ତେବେ ଏହା ମଧ୍ୟରେ ରାଜ୍ୟ ରାଜନୀତିରୁ ଆସିଛି ଏକ ବଡ଼ ଖବର । ପୁରୀ ଲୋକସଭା ଆସନ ପାଇଁ କଂଗ୍ରେସର ଲୋକସଭା ପ୍ରାର୍ଥୀ ଘୋଷିତ ହୋଇଥିବା ସୁଚରିତା ମହାନ୍ତି ଟିକେଟ୍ ଫେରାଇ ଦେଇଛନ୍ତି । ଦଳ ଫଣ୍ଡିଂ ନ ଦେବାରୁ ସେ ଟିକେଟ୍ ଫେରସ୍ତ କରିଦେଇଥିବା ନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)କୁ ଜଣାଇଛନ୍ତି । ବିନା ପାର୍ଟି ଫଣ୍ଡିଂରେ ପ୍ରଚାର କରିବା ସମ୍ଭବ ନୁହେଁ ବୋଲି ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କ ନିକଟକୁ ପଠାଇଥିବା ଇ-ମେଲ ବାର୍ତ୍ତାରେ ସୁଚରିତ ଉଲ୍ଲେଖ କରିଛନ୍ତି । ଏଥିସହିତ ପୁରୀ ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା ଆସନରେ ଦୁର୍ବଳ ପ୍ରାର୍ଥୀ ଦିଆଯାଇଥିବାରୁ ସେଥିମଧ୍ୟରୁ ୪ଟି ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ସେ କହିଥିଲେ ବୋଲି ଦର୍ଶାଇଛନ୍ତି ।

Get real time updates directly on you device, subscribe now.