fbpx
BJD SKY
BJD SKY

(Video) ଅଟୋରେ ଗୋମାଂସ ନେଲାବେଳେ ମାଡ଼ିବସିଲେ ଲୋକେ; ସୁନ୍ଦରପଦାରେ ଥିଲା ଭୋଜି ଆୟୋଜନ…

BJD

ଖୋର୍ଦ୍ଧା: (ଓଡ଼ିଶା ଭାସ୍କର) ଗୋମାଂସ ବୋଝେଇ ଅଟୋ ସହ ୪ ଜଣ ଅଟକ । ଜଟଣୀ ଥାନା କନ୍ତିଆ ଠାରେ ଆଜି ଭୋରରୁ ୪ ଜଣ ଗୋମାଂସ ବେପାରୀ ଏକ ଅଟୋ ପାସେଞ୍ଜର ଯୋଗେ ବସ୍ତାରେ ଗୋରୁ ମାଂସ ନେଇ ଯାଉଥିବା ବେଳେ ସ୍ଥାନୀୟ ଯୁବକ ମାନେ ଗାଡିକୁ ଧରିଥିଲେ । ଅଟକ ଥିବା ବେପାରୀ ମାନଙ୍କ କହିବା ଅନୁସାରେ ରଥିପୁରରୁ ସୁନ୍ଦରପଦାକୁ ଏହି ମାଂସ ନେଇ ଯାଉଥିଲେ । ତେବେ ସ୍ଥାନୀୟ ଲୋକେ ଅଟୋକୁ ଭଙ୍ଗାରୁଜା କରିବା ସହ ଗୋରୁ ମାଂସ ବେପାରୀ ମାନଙ୍କୁ ନିର୍ଧୁମ ମାଡ଼ ମାରିଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଟୋ ସହ ୪ଅଭିଯୁକ୍ତ ଙ୍କୁ ଥାନାକୁ ନେଇଛି ।

ଚିକେନ, ମଟନ ଠାରୁ ଶସ୍ତା । କିଲୋ ମାତ୍ର ୯୦ ଟଙ୍କା । ପ୍ରୋଗ୍ରାମ ଥିଲା । ନେଇକି ଯାଉଥିଲୁ । କାହିଁକି ଆମକୁ ଅଟକେଇଲ । ଏମାନେ ତିନି ଜଣ ଚିକେନ, ଆଉ ଖାସି ମାଂସ ଖୁଆଇବା ନାଁ ରେ ନେଇକି ଯାଉଥିଲେ ଗୋ ମାଂସ । ଯାହା ଭୋଜି ହୋଇଥାନ୍ତା । ଆଉ ଏହାକୁ ଖାଇଥାନ୍ତେ ଅନେକ ଲୋକେ । କେଡେ ନିର୍ଦୟ ଏମାନେ । ଆମ ଦେଶରେ ଗୋରୁଙ୍କୁ ଯେଉଁଠି ମା ସମ୍ମାନ ଦିଆଯାଉଛି, ସେଠି ଏମାନେ ତାଙ୍କୁ ମାରି ତାଙ୍କର ମାଂସରେ ନିଜ ପାଟିର ସ୍ୱାଦ ବଢାଉଛନ୍ତି । ଆଉ ଏମିତି ଗୋରୁ ଦଲାଲ ବି ଅନେକ ସମୟରେ ଧରାପଡୁଛନ୍ତି । କାରଣ ବେଆଇନ ଭାବେ ଏମିତି କାମ କରୁଥିବା ଉପରେ ନଜର ରଖିଛନ୍ତି ବଜରଙ୍ଗ ଦଳ । ଏମାନଙ୍କ ଦେହରୁ ବସ୍ତ୍ର ଖୋଲି ଶିକ୍ଷା ଦେଇଛନ୍ତି । ଆଉ ହାତ ଯୋଡି କହୁଛନ୍ତି ଆମର ଭୁଲ୍ ହୋଇଯାଇଛି ।

 

 

Get real time updates directly on you device, subscribe now.