fbpx

ଖଡିଆଳ: ଅଜଣା ଗାଡ଼ି ଧକ୍କାରେ ୨ ମୃତ, ୨ ଗୁରୁତର

ଖଡିଆଳ: (ଓଡ଼ିଶା ଭାସ୍କର) ସିନ୍ଧେକେଲା ଥାନା ଅନ୍ତର୍ଗତ ଜାମଖୁଣ୍ଟା ଗ୍ରାମ ନିକରେ ଘଟିଛି ସଡ଼କ ଦୁର୍ଘଟଣା । ଖବର ଆନୁସାରେ, ଜାମଖୁଣ୍ଟା ଗାଁର ମୁଖ୍ୟ ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ବାଇକ ଚାଳକଙ୍କ ମୃତ୍ୟୁ ହେବା ସହ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଘଟଣାସ୍ଥଳରେ ଜଣେ ବାଇକ ଚାଳଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ଗୁରୁତର ହୋଇଥିବା ଅନ୍ୟ ଦୁଇ ଯୁବଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ୨ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ ।

Get real time updates directly on you device, subscribe now.