fbpx

ବଜ୍ରପାତରେ ଚାଲିଗଲା ୨ ଜୀବନ

ଜଗତସିଂହପୁର,୧୮ ।୧୦(ଓଡ଼ିଶା ଭାସ୍କର): ବଜ୍ରପାତରେ ଚାଲିଗଲା ଦୁଇ ଜୀବନ । ନଦୀରେ ଗାଧଉଥିବା ବେଳେ ବଜ୍ରପାତରେ ଦୁଇଜଣ ମୃତ୍ୟୁ ହୋଇଛି। ମୃତକ ବାରେଡ଼ିଆ ଗାଁର ବିଷ୍ଣୁ ଚରଣ ବହାଲିଆ ଓ ପ୍ରମୋଦ ବହାଳିଆ। ଜଗତସିଂହପୁର ଜିଲ୍ଲା ବିରିଡି ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି।ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ସାମିଲ ହୋଇ ନଦୀରେ ଗାଧୋଉଥିବା ବେଳେ ବଜ୍ରାପାତରେ ୨ ଜଣଙ୍କ ଜୀବନ ଚାଲିଗଲା। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଦଶାହ କାର୍ଯ୍ୟରେ ପୁଣି ଅକାଳରେ ୨ ଜଣଙ୍କ ଚାଲିଗଲା। ଦୁଇଜଣଙ୍କୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।

Get real time updates directly on you device, subscribe now.